ଯବାନଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ ବିଲଡିଂ

ନୂଆଦିଲ୍ଲୀ: ସୀମାରେ ସେନାଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ ବିଲଡିଂ। ପୂର୍ବ ଲଦାଖରେ ଥିବା ଯବାନଙ୍କ ପାଇଁ ସେନା ପକ୍ଷରୁ ଅତ୍ୟାଧୁନିକ ବିଲଡିଂର ର୍ନିମାଣ ହୋଇଛି। ଏହି ବିଲଡିଂ ଅସହ୍ୟ ଥଣ୍ଡାରୁ ଯବାନମାନଙ୍କ ସୁରକ୍ଷା ଦେବ। ପ୍ରତିବର୍ଷ ନଭେମ୍ବର ମାସ ପରେ ଲଦାଖରେ ୪୦ ଫୁଟ ବରଫପାତ ହୋଇଥାଏ। ଫଳରେ ତାପମାତ୍ରା ମାଇନସ୍ ୩୦ରୁ ୪୦ ଡିଗ୍ରୀ ସେଲସିୟସ ହୋଇଯାଏ ।
ବର୍ତ୍ତମାନ ଭାରତୀୟ ସେନା ପାଇଁ ର୍ନିମାଣ ହୋଇଥିବା ଏହି ଅତ୍ୟାଧୁନିକ କୋଠରୀ ଯବାନଙ୍କୁ ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରୁ ସୁରକ୍ଷା ଦେଇପାରିବ। ଏହି କଠୋରୀରେ ଉପଯୁକ୍ତ ଉତ୍ତାପ, ପାଣି, ବିଜୁଳି ଓ ସମସ୍ତ ପ୍ରକାରର ଖାଦ୍ୟପେୟ ପାଇଁ ବ୍ୟବସ୍ଥା ରହିଛି। ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ଥଣ୍ଡା ସମୟରେ ସୀମାରେ କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରିବା ପାଇଁ ଯବାନମାନଙ୍କୁ ଅଧିକ ସହାୟକ ହେବ ଏହି ବିଲଡିଂ।
ଏହି ଅତ୍ୟାଧୁନିକ ବିଲଡିଂରେ ଯବାନମାନଙ୍କ ସହ ତୁଷାରପାତ ଓ ଥଣ୍ଡା ପବନରୁ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ସୁରକ୍ଷା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଟେଣ୍ଟ ତିଆରି କରାଯାଇଛି । ବର୍ତ୍ତମାନ ଏଲଏସିରେ ଚାଇନା ସହ ତିକ୍ତତା ଚାଲିଛି। ଏଭଳି ସ୍ଥିତିରେ ନୂଆ ବିଲଡିଂ ର୍ନିମାଣ କରାଯାଇଥିବାରୁ ସେଠାରେ ଅଧିକ ସଂଖ୍ୟକ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇ ପାରେ।
Comments are closed.