ହାଜତ ମୃତ୍ୟୁକୁ ସ୍ବୀକାର କଲେ ପୁରୀ ଏସ୍ପି
ପୁରୀ: ପୁରୀ ବାସେଲିସାହି ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଲୋକନାଥ ରୋଡର ଅଭିଯୁକ୍ତ କେ ରମେଶଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ପୁଲିସ ରମେଶଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିଲା। ପୋଲିସ ମାଡ ପରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ମେଡିକାଲ ନେବା ପରେ ଡାକ୍ତର ସେଠାରେ ରମେଶଙ୍କୁ ମୃତ ଘୋଷଣା କରିଥିଲେ।
ହାଜତ ମୃତ୍ୟୁକୁ ସ୍ବୀକାର କରିଛନ୍ତି ପୁରୀ ଏସ୍ପି। ଏସପି ସୂଚନା ଦେଇ କହିଛନ୍ତି, ପୋଲିସ ସହ ଧସ୍ତାଧସ୍ତାରେ ଅଭିଯୁକ୍ତ ଆହତ ହୋଇଥିଲେ। ଅଭିଯୁକ୍ତଙ୍କୁ ତୁରନ୍ତ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ଘଟିଛି। ଗାଇଡଲାଇନ ଅନୁସାରେ ଘଯଣାର ତଦନ୍ତ ହେବ। ପୁରୀ ବାସେଲିସାହି ଥାନାରେ ଏନେଇ ମାମଲା ରୁଜୁ କରାଯାଇଛି। ଉଚ୍ଚସ୍ତରୀୟ ତଦନ୍ତ ଅଧିକାରୀଙ୍କ ଦ୍ୱାରା ଅଭିଯୋଗର ତଦନ୍ତ ହେବ ।ଏକ ସ୍ୱତନ୍ତ୍ର ଟିମ୍ ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ କରିବେ।’
ତଦହେକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି । ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ପୋଲିସ ମାଡରେ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି ।
Comments are closed.