ବ୍ରିଜ୍ରେ ପିଟି ହୋଇ ୨ ମୃତ

ରେଢ଼ାଖୋଲ: ବ୍ରିଜ୍ରେ ପିଟି ହୋଇ ୨ ମୃତ। ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଡ଼ିମିରିକୁଦା ଗ୍ରାମ ନିକଟସ୍ଥ ପୋଲ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଦ୍ବୟ ରେଢ଼ାଖୋଲ ଏଲ ଆଇସି କଲୋନୀର ଅଭିଜିତ ପାଣିଗ୍ରାହୀ(୨୭) ଓ ରଥସାହିର ରାମ ଚନ୍ଦ୍ର ପ୍ରଧାନ(୨୬) ବୋଲି ଜଣାପଡିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛି।
ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ବାଇକ୍ ଯୋଗେ ଉଭୟ ନାକ୍ଟିଦେଉଳ ପଟୁ ରେଢ଼ାଖୋଲ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଡ଼ିମିରିକୁଦା ଗ୍ରାମ ନିକଟସ୍ଥ ପୋଲ ବାଡ଼ରେ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଦୁର୍ଘଟଣା ଭୟଙ୍କର ଥିବାରୁ ଉଭୟଙ୍କର ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଆଜି ପ୍ରାତଃ ଭ୍ରମଣରେ ଯାଉଥିବା କିଛି ଲୋକ ଦେଖିବା ପରେ ଦୁର୍ଘଟଣା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ।
Comments are closed.