‘ପଠାନ’ର ଶୁଟିଂ ଆରମ୍ଭ କଲେ କିଙ୍ଗଖାନ

ମୁମ୍ବାଇ: କରୋନା କଟକଣା କାରଣରୁ ଅନେକ ଦିନ ଧରି ସିନେମା ଶୁଟିଂ ବନ୍ଧ ରହିଥିଲା। ପ୍ରସଶଂକ ମାନେ ନିଜର ମନ ପସନ୍ଦର ସୁପରଷ୍ଟାରଙ୍କ ସିନେମା ଦେଖିବା ପାଇଁ ସୁଯୋଗ ମିଳିପାରି ନାହିଁ।
ସୁପରଷ୍ଟାର ଶାହାରୁଖ୍ ଖାନ୍ ଖୁବ ଶୀଘ୍ର ଏକ ନୂଆ ସିନେମାରେ ନଜର ଆସୁଛନ୍ତି। ସିନେମାଟି ହେଲା ପଠାନ୍। ଏହାର ଶୁଟିଂ ଆରମ୍ଭ ହୋଇ ସାରିଲାଣି । ତେବେ ଶାହାରୁଖଙ୍କୁ ଦର୍ଶକ ଦୀର୍ଘ ୯ ବର୍ଷ ପରେ ସିନେ ପରଦାରେ ଦେଖିବାକୁ ପାଇବେ।
ସୂଚନାଯୋଗ୍ୟ, ପଠାନ୍’ରେ ଶାହାରୁଖଙ୍କ ସହ ଜନ୍ ଅବ୍ରାହମ ଓ ଦୀପିକା ପାଦୁକୋନ ବି ଅଭିନୟ କରିବେ ବୋଲି ଜଣାପଡ଼ିଛି। ଏହା ବ୍ୟତୀତ ଏଥିରେ ସଲମାନ ଖାନଙ୍କୁ ବି ଦେଖିବାକୁ ମିଳିବ। ତେବେ ତାଙ୍କୁ ଏଥିରେ ଅତିଥି କଳାକାର ଭୂମିକାରେ ଦେଖିବାକୁ ମିଳିବ।
ସିନମାକୁ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଛନ୍ତି।
Comments are closed.