Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ସୁସ୍ଥ ହେଲେ ୧୧୦୧ ସଂକ୍ରମିତ

ଭୁବନେଶ୍ଵର: ଦୀର୍ଘ ଆଠ ପରେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଆଜି ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୦୧ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୦୩,୮୯୭ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଶୁକ୍ରବାର ଏହାର ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ସୁନ୍ଦଗଗଡରୁ ୯୬, କଟକରୁ ୮୯, ମୟୂରଭଞ୍ଜରୁ ୬୮, ବଲାଙ୍ଗୀରରୁ ୬୦, ପୁରୀରୁ ୬୦, କଳାହାଣ୍ଡିରୁ ୫୮, ଜଗତସିଂହପୁରରୁ ୫୫, ଅନୁଗୁଳରୁ ୫୪, କେନ୍ଦ୍ରାପଡାରୁ ୪୭, ନୂଆପଡାରୁ ୪୪, କେନ୍ଦୁଝରରୁ ୪୨, ସମ୍ବଲପୁରରୁ ୩୭, ଭଦ୍ରକରୁ ୨୮ ଜଣ ଯାଜପୁରୁ ୨୬, ଢେଙ୍କାନାଳରୁ ୨୩, ବାଲେଶ୍ଵରରୁ ୨୨, ନୟାଗଡରୁ ୧୪, ଗଞ୍ଜାମରୁ ୧୩, ଝାରସୁଗୁଡାରୁ ୧୩, କନ୍ଧମାଳରୁ ୧୧, ନବରଙ୍ଗପୁରରୁ ୧୧, ସୋନପୁରରୁ ୧୧, କୋରାପୁଟରୁ ୧୦, ବୌଦ୍ଧରୁ ୭, ଗଜପତିରୁ ୬, ମାଲକାନଗିରିୁ ୬, ଦେବଗଡରୁ ୪ ଓ ରାୟଗଡାରୁ ୪ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ପ୍ରକାଶ ଯେ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୫୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୦୨୫୪୫କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନାରେ ଆଉ ୧୬ ଜଣଙ୍କ ମୃତ୍ୟୁ ଘଟିଛି।

Comments are closed.