ଡାକ୍ତର ଚିତ୍ତରଂଜନ କର ପରଲୋକ

ଭୁବନେଶ୍ବର: ଏସ୍ସିବି ମେଡିକାଲ କଲେଜର ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଚିତ୍ତରଂଜନ କରଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଡାକ୍ତର କରଙ୍କ ଫୁସ୍ଫୁସ୍ରେ ଗୁରୁତର ସ˚କ୍ରମଣ ହେବାରୁ ଗତମାସରେ ତାଙ୍କୁ ଚେନ୍ନାଇସ୍ଥିତ ଏମ୍ଜିଏମ୍ ହସ୍ପିଟାଲକୁ ଭୁବନେଶ୍ବରରୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଥିଲା।
ଏକ୍ମୋ ଚିକିତ୍ସା ଚାଲିବା ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ସେଥିପାଇଁ ଫୁସ୍ଫୁସ୍ ପ୍ରତିରୋପଣ ଯୋଜନାକୁ ବାତିଲ କରାଯାଇଥିଲା। ହେଲେ ଗତକାଲି ସଂଧ୍ୟା ପରଠାରୁ ଡା.କରଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବାକୁ ଲାଗିଥିଲା। ଆଜି ସ˚ଧ୍ୟା ପ୍ରାୟ ସାଢେ ୫ଟା ବେଳକୁ ତାଙ୍କର ପରଲୋକ ହୋଇଯାଇଥିଲା।
ସୂଚନା ଅନୁସାରେ ଏସ୍ସିବି ଆଉଟଡୋରରେ ରୋଗୀ ଦେଖିବାବେଳେ ଡାକ୍ତର କର ସିଧାସଳଖ କରୋନା ଆକ୍ରାନ୍ତଙ୍କ ସ˚ସ୍ପର୍ଶରେ ଆସିଥିଲେ। ପରେ କରୋନା ରୋଗୀଙ୍କ ଡାଏଲିସିସ୍ କରିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ହୋଇଥିଲା। ପରୀକ୍ଷା କରାଯିବା ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
Comments are closed.