ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖରିଫ ଋତୁରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଇଁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ। ତ୍ରିପାକ୍ଷିକ ଚୁକ୍ତି ଅନୁସାରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ। ଝାଡଖଣ୍ଡ ସରକାରଙ୍କ ଦ୍ୱାରା ନିର୍ମାଣୀଧୀନ ଇଚ୍ଛା ଡ୍ୟାମ ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ।
ନିର୍ମାଣଧୀନ ଇଚ୍ଛା ଡ୍ୟାମ କାମ ଶୀଘ୍ର ସାରିବାକୁ ନବୀନ ଅନୁରୋଧ କରିଛନ୍ତି। ୪ଟି ପ୍ରକଳ୍ପ କାମ ସାରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଲେଖିଛନ୍ତି। ଏହା ଦ୍ୱାରା ଜଳସେଚନ, ବନ୍ୟା ପରିଚାଳନା ଓ କୃଷିରେ ଓଡ଼ିଶା ଉପକୃତ ହେବ। ଚୁକ୍ତି ଅନୁଯାୟୀ ଓଡ଼ିଶା ନିଜ ଭାଗର କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି ବୋଲି ନବୀନ ଚିଠିରେ ଲେଖିଛନ୍ତି।
Comments are closed.