ସୋଆ ସାଧାରଣତନ୍ତ୍ର ଦିବସ ପ୍ୟାରେଡ କ୍ୟାମ୍ପରେ ଯୋଗ ଦେବେ ୧୦ ରାଜ୍ୟର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ରବିବାର ଠାରୁ ଆରମ୍ଭ ହେବ ୧୦ ଦିନିଆ ସାଧାରଣତନ୍ତ୍ର ଦିବସ ପୂର୍ବବର୍ତୀ ପ୍ୟାରେଡ କ୍ୟାମ୍ପ। ଏହି କ୍ୟାମ୍ପରେ ପୂର୍ବାଞ୍ଚଳ ଏବଂ ଉତର ପୂର୍ବାଞ୍ଚଳ ରାଜ୍ୟରୁ ୨୦୦ ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଯୋଗ ଦେବେ।
କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ୟୁଜିସି ପକ୍ଷରୁ ଜାରି ହୋଇଥିବା କୋଭିଡ-୧୯ ନିୟମାବଳୀ ପାଳନ ପୂର୍ବକ ଭୁବନେଶ୍ୱର, କୋଲକାତା ଏବଂ ଗ୍ୱୋହାଟିର ଏନ୍ଏସ୍ଏସ୍ ଆଞ୍ଚଳିକ ନିର୍ଦ୍ଦୋଶାଳୟ ଅଧିନସ୍ଥ ପ୍ରତିଯୋଗୀମାନେ ଏହି କ୍ୟାମ୍ପରେ ଯୋଗ ଦେବେ ବୋଲି ସୋଆ ଏନ୍ଏସ୍ଏସ୍ ଶାଖାର କାର୍ଯ୍ୟକ୍ରମ ସଂଯୋଜକ ଡ. ନଚିକେତା କେ. ଶର୍ମା ସୂଚନା ଦେଇଛନ୍ତି।
ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍ଷ୍ଟିୁଚ୍ୟୁଟ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ପରିସରରେ ଏହି କ୍ୟାମ୍ପ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ନିମନ୍ତେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍ ପକ୍ଷରୁ ଅନୁମତି ମିଳିସାରିଛି।
ଓଡ଼ିଶା, ପଶ୍ଚିମବଙ୍ଗ, ସିକିମ୍, ଆସାମ୍, ଅରୁଣାଞ୍ଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ୍, ନାଗାଲାଣ୍ଡ ଏବଂ ତ୍ରିପୁରାରୁ ୧୦୦ ବାଳକ ଓ ୧୦୦ ବାଳିକା ଏହି କ୍ୟାମ୍ପରେ ଯୋଗ ଦେବେ। ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶାଳୟର ୧୦ ଜଣ ପ୍ରୋଗ୍ରାମ୍ ଅଫିସର ଏବଂ ୬ ଜଣ ଅଫିସର ଏମାନଙ୍କୁ ସହାୟତା କରିବେ ବୋଲି ଡଃ ଶର୍ମା ସୂଚନା ଦେଇଛନ୍ତି।
Comments are closed.