ମୋହନା ଥାନାରୁ ୪ ପୁଲିସ ନିଲମ୍ବିତ

ପାରଳାଖେମୁଣ୍ଡି: ମୋହନା ଥାନାରୁ ୪ ପୁଲିସ ନିଲମ୍ବିତ କରାଯାଇଛି। ଏହା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥୀ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ପରିସରରୁ ଜଣେ ଅଭିଯୁକ୍ତ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଥିଲେ କିନ୍ତୁ ପୁଲିସ ତାର ଟେର ପାଇ ନଥିଲେ । ତେବେ କର୍ତ୍ତବ୍ୟରେ ଅବହେଳା ଯୋଗୁ ଚାରି ପୁଲିସ କର୍ମ ଚାରିଙ୍କୁ ନିଲମ୍ବିତ କରାଯାଇଛି।
ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଉଛନ୍ତି କନଷ୍ଟେବଳ ବିଶ୍ୱଜିତ୍ ସାଗର, ଉମାକାନ୍ତ ସାଗର ଏବଂ ହୋମଗାର୍ଡ ଦୁର୍ଯ୍ୟାଧନ କାର୍ଜି ଓ ଶେଖର ପ୍ରସାଦ ନାୟକ।
Comments are closed.