କୂଅ ପାଣି ବ୍ୟବହାରକୁ ନେଇ ବାପପୁଅଙ୍କୁ ନିସ୍ତୁକ ମାଡ଼

ଢେଙ୍କାନାଳ: କୂଅରୁ ପାଣି ବ୍ୟବହାର ହେଲା କାଳ। ବାପା,ପୁଅଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ। ମୁମୂର୍ଷୁ ଅବସ୍ଥାରେ ବାପପୁଅଙ୍କୁ ଗ୍ରାମବାସୀ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏହି ଘଟଣାଟି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଞ୍ଜେଇଡିହ ଗାଁ ଘଟିଛି।
ସୂଚନା ଅନୁସାରେ, ଗାଁରେ ଥିବା ଏକ କୂଅର ପାଣି ବ୍ୟବହାରକୁ ନେଇ ଧଳ ପରିବାରର କିଛି ଲୋକଙ୍କ ସହ ବଚସା ହୋଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ଗତକାଲି ସନ୍ଧ୍ୟା ସମୟରେ ଶ୍ୟାମ ସୁନ୍ଦର ଓ ସନ୍ତୋଷଙ୍କୁ ଅତର୍କିତ ଆକ୍ରମଣ କରି ନିସ୍ତୁକ ମାଡ଼ ମାରିଥିଲେ।
ଏଥିରେ ବାପପୁଅ ଚେତାଶୂନ୍ୟ ହେବା ପରେ ଏକ ପୋଖରୀରେ ଫିଙ୍ଗି ଦେଇଥିଲେ। ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବାପପୁଅଙ୍କୁ ଉଦ୍ଧାର କରିଥିଲେ।
Comments are closed.