Odisha Link
Bridging the Missing Links in Odisha

ଦଶପଲ୍ଲାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଏବଂ ପତଞ୍ଜଳି ଯୋଗ ସମିତି ଦ୍ଵାରା ନିଃଶୁଳ୍କ ସେବା ପ୍ରଦାନ

ଦଶପଲ୍ଲା :ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟ ଯୋଗୁଁ ସଂଗଠନରେ ଲୋକଙ୍କ ବିଶ୍ୱାସ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହା ଥିଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ  ମୋହନ ଭାଗବତଜୀଙ୍କର କିଛି ଦିନ ତଳର ବକ୍ତବ୍ୟ ।

ଦେଶରେ ବନ୍ୟା ବାତ୍ୟା ଠାରୁ ଆରମ୍ଭକରି ଯେ କୌଣସି ବିପତ୍ତି ସମୟରେ ଯଦି କୌଣସି ସଂଗଠନ ସମ୍ପୂର୍ଣ ସେବା ପ୍ରଦାନ କରିଥାନ୍ତି ସର୍ବାଗ୍ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ରହିବ। କରୋନା ଭଳି ମହାମାରୀ ସମୟରେ ମଧ୍ୟ ସଂଘର କାର୍ଯ୍ୟକର୍ତ୍ତା ମାନେ ସେମାନଙ୍କର ସେବା ପ୍ରଦାନ ଜାରି ରଖିଛନ୍ତି, କରୋନା ମହାମାରୀ ସମ୍ପର୍କରେ ସଚେତନତା,ଆୟୁଷ କାଢା”ଚା” ବଣ୍ଟନ, ଆର୍ଥିକ ଅଭାବରେ ଥିବା ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଆଦି ଯୋଗାଇଦେବାର ବହୁ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି।

ଏହି ପରିପ୍ରେକ୍ଷୀରେ ଦଶପଲ୍ଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଚାରକ ଶ୍ରୀ ଲଷ୍ମଣ ଦେହୁରୀ, ପ୍ରତ୍ୟେକ ଦିନ ଜଣେ ବ୍ୟକ୍ତି‌ କିଭଳି ଭାବରେ ଆରୋଗ୍ୟ ରହିବ ସେଥିଲାଗି ଯୋଗ, ବ୍ୟାୟାମ ଏବଂ ଆୟୁର୍ବେଦର ଉପାଦେୟତା ସମ୍ପର୍କରେ ଶିକ୍ଷା ଦେବା ସହିତ ସ୍ବଦେଶୀ ଦ୍ରବ୍ୟ ବ୍ୟବହାର ଉପରେ ଗୁରୁତ୍ୱଦେବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

କାଢା “ଚା” ନିତ୍ୟ ପାନକରି ଶରୀର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ କହିଛନ୍ତି। ଏବଂ ଦଶପଲ୍ଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ପତଞ୍ଜଳି ଯୋଗ ସମିତି ଦ୍ଵାରା ଦଶପଲ୍ଲାର ବିଭିନ୍ନ ସ୍ଥାନରେ ଯୋଗ, ବ୍ୟାୟାମ ସହିତ ସେବାକୁ ଶ୍ରଦ୍ଧା ଓ କର୍ତ୍ତବ୍ୟ ମନେକରି ବହୁ ଆଗ୍ରହି ବ୍ୟକ୍ତି ବିଶେଷ ଭ୍ରମଣ ସ୍ଥାନ,ଦେବସ୍ଥାନ,ଓ ସର୍ବସାଧାରଣ କ୍ଷେତ୍ରକୁ ସଫେଇ କରିବା, ଏବଂ ଅସହାୟଙ୍କୁ ଖାଦ୍ୟ ବସ୍ତ୍ର ପ୍ରଦାନ କରିବା ଓ ବୃକ୍ଷ ରୋପଣ ପରିବେଶ ତଥା ପର୍ଯ୍ୟାବରଣର ସୁରକ୍ଷା କାର୍ଯ୍ୟକ୍ରମ କରିଆସୁଛନ୍ତି, ଯାହାକି ସର୍ବସାଧାରଣରେ ବହୁ ପ୍ରଶସଂନୀୟ ହେଉଛି।

ଏହି କାର୍ଯ୍ୟକ୍ରମ ଆଗକୁ ୭ ଦିନ ଧରି ଦଶପଲ୍ଲାର ବିଭିନ୍ନ ସ୍ଥାନରେ ହେବାର ଅଛି ବୋଲି ସଂଘର ପ୍ରଚାରକ ଶ୍ରୀ ଲକ୍ଷ୍ମଣ ଦେହୁରୀ କହିଛନ୍ତି। ଏଥିରେ ସଂଘର ବହୁ କର୍ମକର୍ତ୍ତାଙ୍କ ମଧ୍ୟରେ  ମାନସ କୁମାର ସାହୁ, ହୃଷିକେଶ ବାରିକ, ଅଜୟ ବେହେରା, ମନୋରଞ୍ଜନ ବେହେରା,ଟୁଟୁନୀ ଭାଇ, ଅଜୟ ପୃଷ୍ଟି, ପ୍ରକାଶ ସାହୁ ଆଦି ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଏ ଅବସରରେ ନୟାଗଡ ଜିଲ୍ଲା ଦଶପଲ୍ଲା ଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ କାର୍ଯ୍ୟକର୍ତାମାନଙ୍କ ଦ୍ୱରା କାଢା ବଣ୍ଟନ କରାଯାଇ ଶରୀର ରୋଗ ପ୍ରତିରୋଧ ଶକ୍ତି ବଢାଇବା ପାଇଁ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ସଂଘର ପ୍ରଚାରକ ଶ୍ରୀ ଲକ୍ଷ୍ମଣ ଦେହୁରୀ ଆରୋଗ୍ୟ ରହିବା ପାଇଁ ଯୋଗ ବ୍ୟୟାମ ସହିତ ଆୟୁର୍ବେଦର ଉପାଦେୟତା ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କୁ ଜାଗୃତ କରିବା ସହ ଏଭଳି କାର୍ଯ୍ୟକ୍ରମକୁ ନିରନ୍ତର ଚାଲୁ ରଖିବା ପାଇଁ ଆହ୍ୱାନ କରିଛନ୍ତି । ଦଶପଲ୍ଲାରୁ ନୟାଗଡ ଜୀଲ୍ଲା ପ୍ରତିନିଧି  ଓମ୍ ପ୍ରକାଶ ନାୟକ।

Comments are closed.