୧୮ ବର୍ଷିୟ ସାଇକେଲ ଚାଳକ ରଚିଲେ ଇତିହାସ, ୮ ଦିନରେ ଯାତ୍ରା କଲେ ୩୬ଶହ କି.ମି

ନୂଆଦିଲ୍ଲୀ: ଚର୍ଚ୍ଚାରେ ଜଣେ ଯୁବ ସାଇକେଲ ଚାଳକ। ନାସିକର ୧୮ ବର୍ଷୀୟ ସାଇକେଲ ଚଳାଳି ଓମ୍ ମହଜାନ ରଚିଛନ୍ତି ରେକର୍ଡ। ଓମ୍ ଶ୍ରୀନଗରରୁ କନ୍ୟାକୁମାରୀ ୩୬ଶହ କିମି ସାଇକେଲରେ ଯାତ୍ରା କରିଛନ୍ତି। ତାଙ୍କୁ ଏତିକି ଦୂରତା ଅତିକ୍ରମ କରିବା ପାଇଁ ୮ଦିନ ୭ଘଣ୍ଟା ୩୮ ମିନିଟ୍ ସମୟ ଲାଗିଥିଲା। ଓମ୍ ଶନିବାର ଦିନ କନ୍ୟାକୁମାରୀରେ ପହଁଞ୍ଚିବା ପରେ କହିଛନ୍ତି ଯେ, ମୋତେ ସର୍ବଦା ସାଇକେଲ ଚଳାଇବା ଭଲ ଲାଗେ।
ଲକ୍ଡାଉନ୍ ଆରମ୍ଭ ହେବା ପରେ ଏଣ୍ଡୋରେସ୍ ସାଇକେଲିଙ୍ଗ୍ ଓ ଆରଏଏଏମ୍ (ଆମେରିକାରେ ହେଉଥିବା ସାଇକେଲ ରେସିଙ୍ଗ୍)ରେ ଭାଗ ନେବା ପାଇଁ ସ୍ବପ୍ନ ଦେଖିଥିଲି। ଛଅ ମାସ ପୂର୍ବରୁ ଆରଏଏଏମ୍ କ୍ବାଲିଫାଏର ପାଇଁ ଟ୍ରେନିଙ୍ଗ୍ ନେବା ଆରମ୍ଭ କରି ଦେଇଥିଲି। ଯାହା ନମ୍ବେଭର ମାସରେ ହେବାର ଥିଲା। ହେଲେ ୬୦୦ କିଲୋମିଟର କ୍ବାଲିଫାଏର ବଦଳରେ ଓମ୍ ରେସ୍ ଏକ୍ରୋସ ଇଣ୍ଡିଆରେ ଭାଗ ନେବା ପାଇଁ ନିଷ୍ପତ୍ତି ନେଇଥିଲେ।
ଓମ୍ ବିଗତ ସପ୍ତାହରେ ଶ୍ରୀନଗର ଥଣ୍ଡାରାତିରୁୂ ଏହି ଯାତ୍ରା ଆରମ୍ଭ କରି କନ୍ୟାକୁମାରୀରେ ଶେଷ କରିଥିଲେ। ଏହି ଯାତ୍ରା ସମୟରେ ସେ ମଧ୍ୟପ୍ରଦେଶରେ ବର୍ଷା ଓ ଦକ୍ଷିଣ ଭାରତର ଗରମକୁ ସାମ୍ନା କରିବାକୁ ପଡ଼ିଥିଲା। ଶ୍ରୀନଗରରୁ କନ୍ୟାକୁମାରୀ ସବୁଠୁ ଅଧିକ ସ୍ପିଡିରେ ଯିବାର ରେକର୍ଡ ତାଙ୍କ ଦାଦା ଅଙ୍କୁଲ ମହାଜନଙ୍କ ନାମରେ ଥିଲା। ହେଲେ ନିକଟରେ ଭାରତୀୟ ସେନାର ଲେଫନାଣ୍ଟ କର୍ନଲ ଭରତ ପନ୍ନୁ ଏହି ଯାତ୍ରା ୮ ଦିନ ୯ ଘଣ୍ଟାରେ ପୂରା କରି ରେକର୍ଡ ଭାଙ୍ଗିଥିଲେ।ଏବେ ଏହି ରେକର୍ଡ ଭାଙ୍ଗିଛନ୍ତି ୧୮ ବର୍ଷୀୟ ଓମ୍।
Comments are closed.