ବିବାହ ବନ୍ଧନରେ ବାନ୍ଧି ହେଲେ ସନା ଖାନ୍
ମୁମ୍ବାଇ: ଚଳିତବର୍ଷ ବଲିଉଡ଼ର ଅନେକ ଅଭିନେତା ଓ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି। ବିଗବସର ପୂର୍ବତନ ପ୍ରତିଯୋଗୀ ତଥା ଅଭିନେତ୍ରୀ ସନା ଖାନ୍ ହାତରୁ ଦୁଇ ହାତ ହୋଇଛନ୍ତି । ସେ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ମୁଫ୍ତି ଅନସଙ୍କୁ ନିକାହ କରିଥିଲେ। ସନା ନିଜ ନିକାହ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଭିଡିଓରେ ସନା ଏକ ଧଳା ରଙ୍ଗର ଗାଉନ୍ ପିନ୍ଧିଛନ୍ତି। ମୁଫ୍ତି ଅନସ ମଧ୍ୟ ଧଳା କୁର୍ତ୍ତା ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି। ଉଭୟଙ୍କ କେମେଷ୍ଟ୍ରିକୁ ସମସ୍ତେ ପସନ୍ଦ କରିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ସନା ଓ ମୁଫ୍ତି ଏକାଠି ବିବାହର କେକ୍ କାଟୁଥିବା ଦେଖିବାକୁ ମିଳିଛି।
କେକ୍ କାଟିବା ପରେ ସନା ପ୍ରଥମ ପିସ୍ ସ୍ୱାମୀଙ୍କୁ ଖୁଆଉଛନ୍ତି। ଏ ଅବସରରେ ଉଭୟଙ୍କ ମଧ୍ୟରେ ଥିବା ଭଲ ପାଇବା ସ୍ପଷ୍ଟ ବାରି ହୋଇପଡ଼ୁଛି। ରିପୋର୍ଟ ମୁତାବକ ସନାଙ୍କୁ ମୁଫ୍ତିଙ୍କ ସହ ବିଗ୍ବସ୍ର ପୂର୍ବ ପ୍ରତିଯୋଗୀ ଅଜାଜ୍ ଖାନ୍ ହିଁ ପ୍ରଥମେ ସାକ୍ଷାତ କରାଇଥିଲେ।
Comments are closed.