ଡ୍ରଗ୍ସ ଲିଙ୍କ୍: ଆଜି ହୋଇପାରେ ଭାରତୀ ଓ ହର୍ଷଙ୍କ ଜାମିନ ଶୁଣାଣି
![](https://www.odishalink.com/wp-content/uploads/2020/11/bhart.jpg)
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଲିଙ୍କ୍ ନେଇ ବଲିଉଡର ବହୁ ବଡ ବଡ କଳାକାର ଛନ୍ଦି ହେବାରେ ଲାଗିଛନ୍ତି। ଏହି ମାମଲାରେ ଜଣାଶୁଣା ହାସ୍ୟ ଅଭିନେତା ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଏନସିବି ଡ୍ରଗ୍ସ ଲିଙ୍କ୍ ଅଭିଯୋଗରେ ଗିରଫ କରିଛି।
ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ଗିରଫ ପରେ ମୁମ୍ବାଇର କିଲ୍ଲା କୋର୍ଟ ଦ୍ୱାରା ଡିସେମ୍ବର ୪ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ କୋର୍ଟରେ ଜାମିନ ଆବେଦନ କରିଛନ୍ତି, ଯାହାର ଶୁଣାଣି ଆଜି ହୋଇପାରେ।
ଭାରତୀ ସିଂଙ୍କୁ କଲ୍ୟାଣ ଜେଲକୁ ସ୍ଥାନାନ୍ତର କରାଯିବାକୁ ଥିବାବେଳେ ହର୍ଷଙ୍କୁ ତାଲୋଜା ଜେଲକୁ ନିଆଯିବ। ସୋମବାର ଦିନ ଆବେଦନ ଉପରେ ଶୁଣାଣି ହେବା ପରେ ଭାରତୀଙ୍କୁ ଏହି ଜାମିନ ମିଳିବ କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି।
ସୂଚନାଯୋଗ୍ୟ, ଶନିବାର ଦିନ ଏନସିବି ମୁମ୍ବାଇ ସ୍ଥିତ ଭାରତୀଙ୍କ ଘରେ ଚଢାଉ କରିବା ସହ ସେଠାରୁ ଗଞ୍ଜେଇ ମଧ୍ୟ ଜବତ କରାଯାଇଥିଲା। ପଚରାଉଚରା ବେଳେ ଭାରତୀ ଡ୍ରଗ୍ସ ନେଇଥିବା ନେଇ ସ୍ୱୀକାର କରିଥିଲେ। ପ୍ରାୟ ୬ ଘଣ୍ଟା ଜେରା ପରେ ଭାରତୀଙ୍କୁ ଗିରଫ କରାଯାଇଥିଲା। ପରେ ବିଳମ୍ବିତ ରାତିରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
Comments are closed.