Odisha Link
Bridging the Missing Links in Odisha

ଓଡିଶାର ଚାଷୀକୂଳ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟସଭାପତି

ଭୁବନେଶ୍ୱର: ମୋଦୀ ସରକାର ଚାଷୀଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ଲାଗୁ କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନିଧୀ ଯୋଜନା ଅବା ଧାନର ସର୍ବନିମ୍ନ ସହାୟକ ରାଶି ବୃଦ୍ଧି କରି ଚାଷୀକୂଳକୁ ବ୍ୟାପକ ସହାୟତା ପ୍ରକଦାନ କରିଛନ୍ତି ମୋଦି ସରକାର।

ସେହିପରି ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି ପ୍ରାପ୍ତି, ପାରିଶ୍ରମିକ ମୂଲ୍ୟ ପ୍ରଦାନ, ଫସଲ ବୀମା ଜରିଆରେ ମୋଟ ୬୦ ହଜାର ୮୩୬.୯୭ କୋଟି ଟଙ୍କା ଅର୍ଥ ଦିଆଯାଇଛି। ଚାଷୀଙ୍କ ହିତ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଶଂସା କରିବା ଓଡିଶା ଚାଷୀକୂଳ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ଚାଷୀଙ୍କୁ ସଶକ୍ତ କରିବା ପାଇଁ ଐତିହାସିକ ଏବଂ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଆମ ଚାଷୀମାନଙ୍କ ପାଇଁ ଚାଷର ସମ୍ଭାବ୍ୟ ବ୍ୟବହାରକୁ ବଢ଼ାଇବା ସହ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ପଦକ୍ଷେପ ନିଆଯାଇଛି।

ମୋଦି ସରକାର ୨୦୧୪-୧୫ ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶାର ଚାଷୀଙ୍କ ଠାରୁ ଏମଏସପି ମୂଲ୍ୟ ବାବଦରେ ଧାନ କିଣି ବ୍ୟାଙ୍କ ଖାତାକୁ ସିଧାସଳଖ ୫୩ ହଜାର ୬୮୦.୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଗତ ୬ ବର୍ଷ ମଧ୍ୟରେ ଏମଏସପିର ଦ୍ରୁତ ବୃଦ୍ଧି ଚାଷୀ ମାନଙ୍କୁ ଅଧିକ ଲାଭ ଦେଇଛି ।

ବର୍ଷ ୨୦୧୩-୧୪ରେ ଧାନର ଏମଏସପି ମୂଲ୍ୟ ୧୩୧୦ ଟଙ୍କା ଥିଲା ବେଳେ ବର୍ଷ ୨୦୧୪ରେ-୧୫ରେ ଯଥାକ୍ରମେ ୧୩୬୦ ଟଙ୍କା, ବର୍ଷ ୨୦୧୫-୧୬ରେ ୧୪୧୦ ଟଙ୍କା, ବର୍ଷ ୨୦୧୬-୧୭ରେ ୧୪୭୦ ଟଙ୍କା, ବର୍ଷ ୨୦୧୭-୧୮ରେ ୧୫୫୦ ଟଙ୍କା, ବର୍ଷ ୨୦୧୮-୧୯ରେ ୧୭୫୦ ଟଙ୍କା, ବର୍ଷ ୨୦୧୯-୨୦ରେ ୧୮୧୫ ଟଙ୍କା ଏବଂ ବର୍ଷ ୨୦୨୦-୨୧ରେ ଧାନର ଏମଏସପି ମୂଲ୍ୟ ୧୮୬୮ ଟଙ୍କାକୁ ବୃଦ୍ଧି ହୋଇଛି ।

ଚଳିତ ଆର୍ଥିକ ବର୍ଷ ନଭେମ୍ବର ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀ ଉପକୃତ ହୋଇଛନ୍ତି । ଫସଲ କରିବା ପାଇଁ ଅତିରିକ୍ତ ସହଯୋଗ ଏବଂ ପରିବାରର ଭରଣପୋଷଣ ପାଇଁ ୨୦୧୮-୧୯ ଠାରୁ ଚାଷୀଙ୍କ ସିଧାସଳଖ ବ୍ୟାଙ୍କ୍ ଖାତାକୁ ୨ ହଜାର ୭୩୧.୮୭ କୋଟି ଟଙ୍କା ପ୍ରଦାନ କରାଯାଇଛି।

ବର୍ଷ ୨୦୧୮-୧୯ରେ ଯଥାକ୍ରମେ ୧୯୪.୭୫ କୋଟି, ବର୍ଷ ୨୦୧୯ -୨୦ରେ ୧୬୮୬.୫୮ କୋଟି ଏବଂ ୨୦୨୦-୨୧ ନଭେମ୍ବର ମାସ ସୁଦ୍ଧା ୮୫୦.୩୫ କୋଟି ଟଙ୍କା ସମସ୍ତ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ୍ ଆକାଉଂଟକୁ ଟ୍ରାନ୍ସଫର୍ କରାଯାଇଛି । ୨୦୧୬-୧୭ ଠାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଓଡ଼ିଶାର ୨୦.୯୪ ଲକ୍ଷ ଚାଷୀଙ୍କୁ ମୋଟ ୪,୪୨୪.୮୫ କୋଟି ଟଙ୍କା ଦିଆଯାଇଛି।

ମୋଦି ସରକାର ଚାଷୀକୂଳର ମେରୁଦଣ୍ଡକୁ ସୁଦୃଢ଼ କରିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗ୍ରହଣ କରିଥିବାବେଳେ ରାଜ୍ୟସରକାରଙ୍କ ଅପାରଗତ କରୁଣାରୁ ଓଡିଶାର ଚାଷୀକୂଳ ଏହି ଯୋଜନାରୁ ପାଇବାରୁ ବଂଚିତ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମହାନ୍ତି କହିଛନ୍ତି।

Comments are closed.