ରାଜ୍ୟର ପ୍ରଥମ ମହିଳାଙ୍କ ବିୟୋଗରେ ଶୋକ ପ୍ରସ୍ତାବ, ୩ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀ ପରଲୋକ ଘଟିଛି। ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀଙ୍କ ବିୟୋଗରେ ଆଜି ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ।
ଗୃହରେ ଶୋକ ପ୍ରସ୍ତାବ ଆଗତ ହେବା ପରେ ଅପରାହ୍ଣ ୩ଟା ଯାଏଁ ଗୃହ ମୁଲତବି କରାଯାଇଛି। ଗୃହ ମୁଲତବି ନେଇ ବାଚସ୍ପତି ସୂର୍ଯ୍ୟନାରାୟ ପାତ୍ର ଘୋଷଣା କରିଛନ୍ତି।ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ଓ ଅନ୍ୟ ନେତା ସମର୍ଥନ କରିଥିଲେ।
ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସୁଶୀଳା ଦେବୀଙ୍କ ପରଲୋକ ହୋଇଛି। ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀଙ୍କ
Comments are closed.