ଲୁଚିଛପି ପ୍ରେମିକାକୁ ଦେଖା କରୁଥିଲା ପ୍ରେମିକ, ତାପରେ ପୁଲିସ…

ନୂଆଦିଲ୍ଲୀ: ଲୁଚିଛପି ପ୍ରେମ କରୁଥିଲା ପ୍ରେମିକ। ନିଇତି ପ୍ରେମିକାକୁ ଦେଖା କରିବାକୁ ଯାଏ ପ୍ରେମିକ। ପରେ ପ୍ରେମୀକାକୁ ବାହା ହେବାକୁ ମନା କରିବାରୁ ତାଙ୍କୁ ଦଣ୍ଡ ସ୍ବରୂପ ବିବାହ କରିବାକୁ ପଡ଼ିଥିଲା।
ଏଭଳି ଏକ ଖବର ଆସିଛି ଆଜିମନଗର ଥାନାର ସୁମାଲୀ ଗାଁରୁ। ସ୍ବାର ଅଞ୍ଚଳର ଗଦିନଗଳୀ ଗାଁ ନିବାସୀ ପ୍ରେମ ସିଂହଙ୍କ ପ୍ରେମ ସଂପର୍କ ସୁମାଲୀ ଗାଁର ଜଣେ ଝିଅ ସହ ଚାଲିଥିଲା। ସେ ତାଙ୍କ ପ୍ରେମିକାକୁ ସର୍ବଦା ଦେଖା କରିବାକୁ ଆସନ୍ତି। ୩ଦିନ ପୂର୍ବେ ପ୍ରେମ ନିଜ ପ୍ରେମିକାକୁ ଦେଖା କରିବାକୁ ପ୍ରେମ୍ ଆସିଥିଲା। ପରେ ଝିଅର ପରିବାର ବର୍ଗ ତାକୁ ବାହାଘର ପାଇଁ ଚାପ ପକାଇଥିଲେ। ଯେତେବେଳେ ପ୍ରେମୀ ଜଣକ ଏକଥାକୁ ନେଇ ନାରାଜ ପ୍ରକାଶ କରିଥିଲେ ତେବେ ଏହି ମାମଲା ପୁଲିସ୍ ଯାଏଁ ପହଁଞ୍ଚିଥିଲା।
ଉପର ପୁଲିସ୍ ଅଧିକ୍ଷକ ଅରୁଣ କୁମାର ସିଂହ ସୂଚନା ଦେଇ କହିଛନ୍ତି ଯେ, ଝିଅ ପକ୍ଷରୁ ଏତଲା ଦିଆଯାଇଥିଲା ଯେ ପ୍ରେମିକ ଜଣକ ବାହା ହେବାକୁ ମନା କରିଛନ୍ତି। ଏତଲା ପରେ ପ୍ରେମିକକୁ ପୁଲିସ୍ ଥାନାକୁ ଡାକିଥିଲା। ଏପରିକି ପୁଅ ପକ୍ଷ ଓ ଝିଅ ପକ୍ଷକୁ ଥାନାକୁ ଡାକିଥିଲା ପୁଲିସ୍। କିଛି ସମୟ ଆଲୋଚନା ପରେ ଉଭୟ ପକ୍ଷ ବାହାଘରକୁ ନେଇ ସହମତି ପ୍ରକାଶ କରିଥିଲେ। ଥାନା ଭିତରେ ହିଁ ପ୍ରେମୀ ଯୁଗଳ ବିବାହ କରିଥିଲେ।
Comments are closed.