Odisha Link
Bridging the Missing Links in Odisha

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ କଟକଣା

ଭୁବନେଶ୍ୱର: ଚଳିତ ବର୍ଷ କରୋନା ମହାମାରୀ ପାଇଁ ଡଙ୍ଗା ଭସାଇବା ଉପରେ କଟକଣା। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। କଟକଣା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶାନାମା ଜାରି କରିଛନ୍ତି।

ଗାଇଡ୍‌ଲାଇନ୍ ଅନୁସାରେ ୩୦ ତାରିଖ ପୂର୍ଣ୍ଣିମା ଦିନ ନଦୀ ଘାଟରେ ନଦୀ ଘାଟ, ପୋଖରୀରେ ଗହଳି କରି ଗାଧୋଇବା, ଡଙ୍ଗା ଭସା ମନା କରାଯାଇଛି। ଏଥିସହ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରା ମଧ୍ୟ ବନ୍ଦ କରାଯାଇଛି।

Comments are closed.