ମହିଳାଙ୍କୁ ରାତ୍ରି ସିଫ୍ଟ ପାଇଁ ଅନୁମତି

ଭୁବନେଶ୍ୱର: ମହିଳାଙ୍କୁ ରାତ୍ରି ସିଫ୍ଟ ପାଇଁ ଅନୁମତି। ବିଧାନସଭାରେ ପାରିତ ହୋଇଛି କାରଖାନା ସଂଶୋଧନ ବିଲ୍ ୨୦୨୦। ଏଣିକି କାରଖାନାରେ ରାତିରେ ମହିଳାମାନେ କାର୍ଯ୍ୟ କରିପାରିବେ।
ଏଥିସହ ବିଧାନସଭାରେ ପାରିତ ହୋଇଛି ଇଡକୋ ସଂଶୋଧନ ବିଲ୍। ଶିଳ୍ପାଞ୍ଚଳ ଭିତ୍ତିଭୂମି ସମେତ ସାମାଜିକ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଇଡକୋ ସଂଶୋଧିତ ବିଲରେ ରାସ୍ତା ବିଦ୍ୟୁତକରଣ, ସ୍ୱରେଜ, ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ଭୋଜନାଳୟ,ବାଣିଜ୍ୟ କେନ୍ଦ୍ର,ପର୍ଯ୍ୟଟନ ସ୍ଥଳୀ, କ୍ରୀଡ଼ା କେନ୍ଦ୍ରକୁ ମଧ୍ୟ ସାମିଲ କରାଯାଇଛି।
Comments are closed.