ରୁଷର ଦାବି ସ୍ପୁଟନିକ୍ ଭି’ ୯୫% ସଫଳ
![](https://www.odishalink.com/wp-content/uploads/2020/09/vaccine.jpg)
ମୋସ୍କୋ: ରୁଷର କରୋନା ଟିକା ‘ସ୍ପୁଟନିକ୍ ଭି’ ୯୫% ସଫଳ। ‘ସ୍ପୁଟନିକ୍ ଭି’ ଟିକା ନେବାର ୨୮ ଦିନ ପରେ ଏହାର ପରିଣାମ ୯୧.୪ ପ୍ରତିଶତ ସଫଳ ଥିଲା। ହେଲେ ୪୨ ଦିନ ପରେ ଏହା ୯୫% ସଫଳ ବୋଲି ଋଷ ସରକାର କହିଛନ୍ତି।
ଋଷିଆର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଟିକା ନେବାର ୪୨ ଦିନ ପରେ ଏହି ରିପୋର୍ଟ ଆସିଛି। ଏହି ଟିକା ଋଷିଆ ନାଗରିକଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ ମାଗଣା ରହିବ। ୨୦୨୧ ସୁଦ୍ଧା ୫୦ କୋଟିରୁ ଅଧିକ ଲୋକଙ୍କୁ କିଭଳି ଏହି ଟିକା ଦିଆଯିବ ବୋଲି ପୁଟିନ ସରକାର ଗୁରୁତ୍ୱ ଦେଇଛନ୍ତି। ତେଣୁ ଟିକା ତିଆରି ନେଇ ଅନ୍ତର୍ଜାତୀୟ ସଂସ୍ଥା ସହିତ ସରକାର ପ୍ରସ୍ତୁତି ଚଳାଇଛି।
ବଜାରରେ ଏହି ଟିକାର ଦାମ ୭୪୦ ଟଙ୍କାରୁ କମ୍ ରହିବ। ଲୋକମାନେ ଦୁଇଟି ଟିକା ନେବା ଦରକାର। ତେବେ ସମାନ ପ୍ରଭାବ ଥିବା ଏମ୍ ଆରଏନଏ ଟିକା ତୁଳନାରେ ‘ସ୍ପୁଟନିକ୍ ଭି’ର ଦାମ ଶସ୍ତା ବୋଲି ଋଷ ସରକାର କହିଛନ୍ତି।
ଋଷିଆ ଏବେ ଅନ୍ୟ ଦେଶକୁ ମଧ୍ୟ ଟିକା ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଭାରତ ମଧ୍ୟ ଋଷିଆ ପାଖରୁ ଏହି ଟିକା ପାଇପାରେ। ଭାରତରେ କ୍ଲିନିକାଲ ପରୀକ୍ଷା ସଫଳ ହେବା ପରେ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବ ବୋଲି ଜଣାପଡ଼ିଛି। ହାଇଦ୍ରାବାଦର ଔଷଧ କମ୍ପାନୀ ଡକ୍ଟର ରେଡ୍ଡୀ ଋଷିଆର ଏହି ଟିକା ଆଣିବ ବୋଲି ଚୁକ୍ତି ହୋଇଛି। ୨୦୨୧ ଆରମ୍ଭରେ ଋଷର ଏହି ଟିକା ଭାରତ ପହଞ୍ଚିବ ବୋଲି ଜଣାପଡ଼ିଛି।
Comments are closed.