ସମସ୍ତଙ୍କ ନେତୃତ୍ୱରେ ଓଡ଼ିଶାର ଉଚ୍ଚଶିକ୍ଷାରେ ଗୁଣାlତ୍ମକ ମାନ ବଢ଼ିବ: ଧର୍ମେନ୍ଦ୍ର

ଭୁବନେଶ୍ୱର: ମହାମହିମ ରାଜ୍ୟପାଳ ତଥା କୁଳାଧିପତି ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ରାଜ୍ୟର ୬ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଥିବା ପ୍ରଫେସର କିଶୋର ବାସା, ସବିତା ଆଚାର୍ଯ୍ୟ, ଅପରାଜିତା ଚୌଧୁରୀ, ଦୀନବନ୍ଧୁ ସାହୁ, ଏନ.ନାଗରାଜୁ ଏବଂ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ଟ୍ୱିଟ୍ ଯୋଗେ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସମସ୍ତଙ୍କ ନେତୃତ୍ୱରେ ଓଡ଼ିଶାର ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବଢ଼ିବା ସହ ଓଡ଼ିଆ ଛାତ୍ରଛାତ୍ରୀମାନେ ଦେଶ ଏବଂ ବିଶ୍ୱରେ ନାଁ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ ବୋଲି ପ୍ରଧାନ ଟ୍ୱିଟ୍ କରିଛନ୍ତି ।
Comments are closed.