Odisha Link
Bridging the Missing Links in Odisha

ଘୂର୍ଣ୍ଣିଝଡ଼ ‘ନିଭାର’ ଗତକାଲି ରାତ୍ରରେ ତାମିଲନାଡୁ-ପୁଡୁଚେରୀ ଉପକୂଳକୁ ଅତିକ୍ରମ କରିପାରେ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥବା ଅବପାତ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଚେନ୍ନାଇ ଠାରୁ ୪୩୦ କିମି ଦକ୍ଷିଣ ପୂର୍ବରେ ମଙ୍ଗଳବାର ସକାଳ ୧୧.୩୦ ସମୟରେ କେନ୍ଦ୍ରୀଭୂତ ହୋଇଛି ବୋଲି ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।

“ନିଭାର’ ନାମକ ଏହି ଘୂର୍ଣ୍ଣିଝଡ଼ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏକ ଭୟଙ୍କର ଓ ପରେ ଅତି ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କଛିଛନ୍ତି।

ଏହି ଘୂର୍ଣ୍ଣିଝଡ଼ ବୁଧବାର ରାତିରେ ଚେନ୍ନାଇର ଦକ୍ଷିଣରେ ତାମିଲନାଡୁ-ପୁଡୁଚେରୀ ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି ବୋଲି ସେ କହିଛନ୍ତି। ଉପକୂଳ ଅତିକ୍ରମ କରିବା ପରେ ଏହା କ୍ରମଶଃ ଦୁର୍ବଳ ହୋଇ ଗୁରୁବାର ଉତ୍ତର- ଉତ୍ତର ପଶ୍ଚିମ ଦିଗରେ ଗତିକରି ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ଉପରେ ରହିବ।

ଏହାର ପ୍ରଭାବରେ ନଭେମ୍ବର ୨୫ ରୁ ୨୭ ମଧ୍ୟରେ ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାଛଡା କେତେକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଏହି ବର୍ଷା ଅନୁଭୂତ ହୋଇପାରେ ବୋଲି ଡ. ସାହୁ କହିଛନ୍ତି ।

Comments are closed.