Odisha Link
Bridging the Missing Links in Odisha

କଟକ ଲୁଟ୍‌ ମାମଲା, ଲେଡି ଅଫିସର୍ ମାଷ୍ଟର ମାଇଣ୍ଡ୍

କଟକ: କଟକର ନୟାସଡ଼କସ୍ଥିତ IIFL ଋଣ ପ୍ରଦାନକାରୀ ସଂସ୍ଥାରୁ ଲୁଟ ଘଟଣା ପଛରେ ଲେଡି ଅଫିସର୍ ମାଷ୍ଟର ମାଇଣ୍ଡ୍। ମାଷ୍ଟର୍ ମାଇଣ୍ଡ ଜଣେ ଲେଡି ଅଫିସର୍ ସମ୍ପୃକ୍ତ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହି ଲେଡି ଅଫିସର୍ ଜଣକ IIFLରେ ଏକ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟରତ ଥିବା କହିଛି ପୁଲସ୍। ବର୍ତ୍ତମାନ ଲେଡି ଅଫିସରକୁ କଟକରେ ଅଟକ ରଖାଯାଇ ଜେରା କରାଯାଉଛି।

ଲେଡି ଅଫିସର୍ ଜଣକ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ ସହ ମିଶି କ୍ରାଇମ୍ ପ୍ଲଟ୍ କରିଥିଲେ। ତେବେ ଏହି ଘଟଣାରେ ଆଉ କିଛି ଅଧିକାରୀ ମଧ୍ୟ ସମ୍ପୃକ୍ତ ଥିବା କୁହାଯାଉଛି। ଏବେବି ଏହି ଘଟଣାର ଛାନଭିନ୍ ଜାରି ରହିଛି ଏବଂ ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ଧରାପଡ଼ିବେ ବୋଲି ପୁଲିସ୍ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ସକାଳ ସମୟରେ କଟକ ନୟାସଡ଼କସ୍ଥିତ ଏକ ଘରୋଇ ଋଣ ଓ ନିବେଶ କେନ୍ଦ୍ର IIFLକୁ ୪ ଯୁବକ ଦୁଇଟି ବାଇକରେ ଆସି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ପାଖାପାଖି ୧୨ କୋଟି ଟଙ୍କାର ବନ୍ଧକ ସୁନା ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାରେ ପୁଲିସ୍‌ ଗତକାଲି ୬ ଜଣଙ୍କୁ ଗିରଫ କରିଥିଲା ବେଳେ ୨ କେଜି ସୁନା ଜବତ କରିଥିଲା।

କମିଶନରଙ୍କ ସୂଚନା ଅନୁଯାୟୀ, ଘଟଣାର ମାଷ୍ଟର ମାଇଣ୍ଡ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ ନିଜେ ହଡ଼ପ କରିଥିବା ସୁନାକୁ ଲୁଟ୍ ହୋଇଥିବା ଦର୍ଶାଇ ଡକାୟତିର ଡ୍ରାମା ରଚିଥିଲେ। ଅମ୍ରିତ କିଛି ବନ୍ଧକ ସୁନାକୁ ହଡ଼ପ କରିଥିଲେ। ହେଲେ ଅଡିଟରେ ଧରାପଡ଼ିଯିବା ଆଶଙ୍କାରେ ନିଜ ବଡ଼ ଭାଇ ଓ ସାଙ୍ଗଙ୍କ ଜରିଆରେ ଲୁଟ୍ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଲୁଟ୍‌ ପୂର୍ବଦିନ ସମସ୍ତଙ୍କୁ ଆଣି ବ୍ରାଞ୍ଚ ଦେଖାଇ ଯୋଜନା କରିଥିଲେ ଅମ୍ରିତ ଓ ତାଙ୍କ ଭାଇ। ଏହାପରେ ଗତ ୧୯ ତାରିଖ ସକାଳରେ ଅମ୍ରିତଙ୍କ ୪ ସାଙ୍ଗ ପଶି ଲୁଟିଥିଲେ।

Comments are closed.