ବାଘ ଛାଲ ଜବତ, ୩ ଗିରଫ

ଭୁବନେଶ୍ୱର: ପୁଣି ଏକ ବାଘ ଛାଲ ରାକେଟର ପର୍ଦ୍ଧାଫାସ। ବରଗଡ଼ରୁ ବାଘ ଛାଲ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ବାଘ ଛାଲ ସହ ବାଘ ଦାନ୍ତ ଓ ନଖ ମଧ୍ୟ ଜବତ କରିଛି। ବାଘ ଛାଲ ଜବତ କରିବା ସହ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି।
ବାଘ ଛାଲ କେଉଁଠୁ ଆସିଲା ଓ କେଉଁଠାକୁ ପଠାଯାଉଥିଲା ସେନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି। କିଛି ଦିନ ତଳେ ଭୁବନେଶ୍ୱରରୁ ବାଘ ଛାଲ ଜବତ କରାଯାଇଥିଲା।
Comments are closed.