ରାଜ୍ୟରେ କରୋନା: ୫୯୪ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ଏବେ ପ୍ରତିଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୯୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୪୩ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୨୫୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
Covid-19 Report For 26th November
New Positive Cases: 594
In quarantine: 343
Local contacts: 251(Details of local contacts will be shared by concerned District Administration)
District Wise Cases:
1. Angul: 37
2. Balasore: 34
3. Bargarh: 14
4. Bhadrak: 11
5. Balangir: 42— I & PR Department, Odisha (@IPR_Odisha) November 27, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୭୨୩୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୭ଜଣ, ବାଲେଶ୍ୱର ଜିଲ୍ଲାରୁ ୩୪ଜଣ, ବରଗଡ଼ ଜିଲ୍ଲାରୁ ୧୪ଜଣ, ଭଦ୍ରକ ଜିଲ୍ଲାରୁ ୧୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୨ଜଣ, ବୌଦ୍ଧ ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୫୫ଜଣ, ଦେଓଗଡ଼ ଜିଲ୍ଲାରୁ ୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ଜଣ, ଗଜପତି ଜିଲ୍ଲାରୁ ୧ଜଣ, ଗଞ୍ଜାମ ଜିଲ୍ଲାରୁ ୮ଜଣ, ଜଗତସିଂହପୁର ଜିଲ୍ଲାରୁ ୨୪ଜଣ, ଯାଜପୁର ଜିଲ୍ଲାରୁ ୧୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୭ଜଣ, କଳାହାଣ୍ଡି ଜିଲ୍ଲାରୁ ୨୦ଜଣ, କନ୍ଧମାଳ ଜିଲ୍ଲାରୁ ୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୬ଜଣ, କେନ୍ଦୁଝର ଜିଲ୍ଲାରୁ ୧୯ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୬ଜଣ, ମାଲକାନଗିରି ଜିଲ୍ଲାରୁ ୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୧ଜଣ, ନୟାଗଡ଼ ଜିଲ୍ଲାରୁ ୪ଜଣ, ନୂଆପଡା ଜିଲ୍ଲାରୁ ୨୫ଜଣ, ପୁରୀ ଜିଲ୍ଲାରୁ ୩୭ଜଣ, ରାୟଗଡ଼ା ଜିଲ୍ଲାରୁ ୫ଜଣ, ସମ୍ବଲପୁର ଜିଲ୍ଲାରୁ୧୭ଜଣ, ସୋନପୁର ଜିଲ୍ଲାରୁ ୩ଜଣ, ସୁରନ୍ଦରଗଡ଼ ଜିଲ୍ଲାରୁ ୫୫ଜଣ, ଷ୍ଟେଟ୍ ପୁଲ୍ରୁ ୧୦ଜଣ ରହିଛନ୍ତି।
Comments are closed.