Odisha Link
Bridging the Missing Links in Odisha

କୋହିନୂର ପଞ୍ଜିକାର ଜନକ ଅନିମୂଲ ଇସଲାମ୍‌, ଆଜି ପୂଣ୍ୟତିଥି

ଭୁବନେଶ୍ବର: ଓଡ଼ିଶାରେ ପ୍ରଚଳିତ ପର୍ବ ପର୍ବାଣି ଓ ଅନ୍ୟ ଧାର୍ମିକ ତିଥି ଜାଣିବା ପାଇଁ ପ୍ରାୟ ସମସ୍ତେ ପାଞ୍ଜିକାର ବ୍ୟବହାର କରିଥାନ୍ତି। ପାଞ୍ଜିକା ଦେଖି ପ୍ରାୟ ସମସ୍ତେ ଶୁଭ କାର୍ଯ୍ୟ କରିଥାଆନ୍ତି। ଆଜିର ସମୟରେ ବହୁ ପଞ୍ଜିକା ବଜାରରେ ମିଳୁଛି। ହେଲେ କୋହେନୂର ପଞ୍ଜିକା ଓ ରାଶିଫଳ’ ନାମତ ଶୁଣିଥିବେ ନିଶ୍ଚୟ। ୮୫ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲଶ ଓଡ଼ିଶାରେ ପ୍ରଚଳିତ ପର୍ବ-ପର୍ବାଣି ଓ ଅନ୍ୟ ଧାର୍ମିକ କର୍ମ ଆଦି ସ˚ପର୍କରେ ସୂଚନା ପ୍ରଦାନ କରିଆସିଲାଣି ‘କୋହେନୂର ପଞ୍ଜିକା ଓ ରାଶିଫଳ’। ଏହା ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ପଣ୍ତିତଙ୍କ ଦ୍ବାରା ଅନୁମୋଦିତ। ଆପଣ ଜାଣିଛନ୍ତି କି ଏହି ପଞ୍ଜିକାର ପ୍ରକାଶକ କିଏ?

ଏହି ପଞ୍ଜିକାର ପ୍ରକାଶନ ଆରମ୍ଭ କରିଥିଲେ ଜଣେ ଅଣ-ହିନ୍ଦୁ। ସେ ହେଉଛନ୍ତି ଅମିନୂଲ ଇସଲାମ। ୧୯୩୦ରେ ସେ କଟକ ଆସିଥିଲେ। ଭିଣୋଇଙ୍କ ପାଖରେ ରହି ମୁଦ୍ରଣ ବ୍ୟବସାୟ ଶିକ୍ଷା କଲା ପରେ ବସାଇଥିଲେ ‘କୋହେନୂର ପ୍ରେସ୍‌’ ଓ ‘କୋହେନୂର ପ୍ରେସ୍‌ ପୁସ୍ତକ ଭଣ୍ତାର’। ସେ ସମୟରେ ଓଡ଼ିଶାରେ ଏକମାତ୍ର ଅରୁଣୋଦୟ ପ୍ରେସ ପଞ୍ଜିକା ପ୍ରଚଳିତ ଥିଲା। ହିନ୍ଦୁ ପୋଥି-ପୁରାଣ, ଧର୍ମଗ୍ରନ୍ଥ ପ୍ରତି ଆଦର ଥିବାରୁ ଅମିନୂଲ ନୂତନ ପଞ୍ଜିକା ପ୍ରକାଶନ ନିମନ୍ତେ ଉଦ୍ୟମ ଆରମ୍ଭ କରିଥିଲେ।

ସେ ପଠାଣି ସାମନ୍ତ ଏବଂ ଲିଙ୍ଗରାଜ ଖଡ଼ିରତ୍ନ ପରିବାରର ଦାୟାଦ ଗଣକ ଗଦାଧର ସି˚ହ ସାମନ୍ତ ଓ ପଣ୍ତିତ ହରିହର ଖଡ଼ିରତ୍ନଙ୍କୁ ଏକତ୍ର କରି ନୂଆ ପଞ୍ଜିକାର ପାଣ୍ତୁଲିପି ପ୍ରସ୍ତୁତ କରିଥିଲେ। ସାମାନ୍ୟ ସଂଶୋଧନ ପରେ ପୁରୀ ଶ୍ରୀମନ୍ଦିରର ମୁକ୍ତିମଣ୍ତପ ସଭା ତାହାକୁ ସ୍ବୀକୃତି ଦେଇଥିଲା ଏବଂ ଜନ୍ମ ନେଇଥିଲା ‘କୋହେନୂର ପାଞ୍ଜି’। ଅମିନୂଲ ନିଜେ ଓଡ଼ିଆରେ ଗୁଡ଼ିଏ ଧର୍ମ-ପୁସ୍ତକ ରଚନା କରିଥିବା ଜଣାଯାଏ। ଗରିବ ବ୍ରାହ୍ମଣ ପିଲାଙ୍କ ବ୍ରତୋପୟନ ନିମନ୍ତେ ସେ ଦାନ ଦେଉଥିଲେ। ବିଜୁବାବୁ ତାଙ୍କୁ ‘ପଦ୍ମକେଶରୀ’ ଓ ଜାନକୀବାବୁ ‘ଚନ୍ଦ୍ରଶେଖର’ ଉପାଧିରେ ଭୂଷିତ କରିଥିଲେ। ୧୯୮୫ରେ ପୁରୀ ମନ୍ଦିରରେ ତାଙ୍କର ଶ୍ରାଦ୍ଧୋତ୍ସବ ପାଳନ କରାଯାଇଥିଲା, ଯାହା ଏକ ବିରଳ ଘଟନା। ୧୯୦୦ ଅଗଷ୍ଟ ୫ରେ ସେ ଜନ୍ମ ହୋଇଥିଲେ। ୧୯୮୨ ନଭେମ୍ବର୍‌ ୨୯ରେ ତାଙ୍କର ପରଲୋକ ହୋଇଥିଲା।

Comments are closed.