Odisha Link
Bridging the Missing Links in Odisha

ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ହେଲେ ଏଆଇସିସିର କୋଷାଧ୍ୟକ୍ଷ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ପବନ ବଂଶଲ ହୋଇଛନ୍ତି ଏଆଇସିସିର କୋଷାଧ୍ୟକ୍ଷ।ଶନିବାର ଦିନ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ପବନ ବଂଶଲ ପେଶାରେ ଜଣେ ଓକିଲ।

ଚଣ୍ଡିଗଡ ଲୋକସଭା ଆସନରୁ ସେ ଚାରି ଥର ନିର୍ବାଚିତ ହୋଇଛନ୍ତି। ୟୁପିଏ ସରକାରରେ ସେ ରେଳ ମନ୍ତ୍ରୀ ହେବା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ, ବିଜ୍ଞାନ ଏବଂ କାରିଗର ମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।

ବରିଷ୍ଠ କଂଗ୍ରେସ କର୍ମୀ ତଥା ଗୁଜୁରାଟର ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କ ଦେହାନ୍ତ ପରେ ଏହି ପଦ ଖାଲି ପଡିଥିଲା। ଏହି ପଦବୀରେ କିଏ ବସିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଆକଳନ ଅନୁଯାୟୀ ଏହି ପଦବୀରେ ଅମ୍ୱିକା ସୋନୀ, ଦିଗବିଜୟ ସିଂ, ଅଶୋକ ଗେହଲଟ ଭଳି ପୁରୁଖା ନେତାଙ୍କୁ ବସାଇବାକୁ ଚର୍ଚ୍ଚା ହେଉଥିଲା। ହେଲେ ଏବେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପବନ ବଂଶଲଙ୍କୁ ଏହି ପଦବୀରେ ବସାଇଛନ୍ତି ହାଇକମାଣ୍ଡ ସୋନିଆ ଗାନ୍ଧୀ।

Comments are closed.