Odisha Link
Bridging the Missing Links in Odisha

ଆଜି କରୋନା ଟିକା ନିର୍ମାତାଙ୍କ ସହିତ ମୋଦିଙ୍କ ସମୀକ୍ଷା

ନୂଆଦିଲ୍ଲୀ: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କରୋନା ଟିକା ପ୍ରସ୍ତୁତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ପ୍ରସ୍ତୁତ କରୁଥିବା ୩ କମ୍ପାନୀ ସହିତ ଆଲୋଚନା କରିବେ। ଏହି ଭର୍ଚୁାଆଲ ସମ୍ମିଳନୀରେ ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ-ଇ ଏବଂ ଡକ୍ଟର ରେଡ୍ଡ୍ି ଫର୍ମା ପ୍ରତିନିଧି ଯୋଗଦେବେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଭାରତ ବାୟୋଟେକ୍, ସିରମ ଇନଷ୍ଠିଚ୍ୟୁଠ୍ ଏବଂ ଜାଇଡସ୍ କାଡ଼ିଲା ଗସ୍ତ କରି ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ପ୍ରଧାନମନ୍ତ୍ରୀ ଟିକା ସ୍ଥିତିର ସମୀକ୍ଷା କଲାବେଳେ ଟିକାର ପ୍ରସ୍ତୁତି ଓ ବିକାଶ ନେଇ ଅନେକ କିଛି ପ୍ରଶ୍ନ କରିଥିଲେ। ଟିକା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଜ୍ଞାନ ଜାଣିଲା ପରେ ସିରମ ଇଷ୍ଟିଚ୍ୟୁଟ ସିଇଓ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଟିକାର ପ୍ରତ୍ୟେକ ପର୍ଯ୍ୟାୟ, ପ୍ରସ୍ତୁତି ଏବଂ ପରୀକ୍ଷଣ ବାବାଦରେ ପ୍ରଧାନମନ୍ତ୍ରୀଙ୍କ ଧାରଣା ଥିବାରୁ ତାଙ୍କୁ ବୁଝାଇବା ସହଜ ଥିଲା ବୋଲି ପୁନାବାଲା କହିଥିଲେ। ଆଜି ପୁଣି ଥରେ ଟିକାର ସ୍ଥିତି ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭାରତ ସରକାର କୋଭିଡ ଟିକା ବିକାଶ ମିଶନ୍ ପାଇଁ ୯୦୦ କୋଟି ଟଙ୍କାର ତୃତୀୟ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ଆର୍ଥିକ ଅନୁଦାନ ବାୟୋଟେକ୍ନୋଲୋଜି ବିଭାଗକୁ କୋଭିଡ ଟିକା ସମ୍ବନ୍ଧିତ ଗବେଷଣା ଏବଂ ବିକାଶ ପାଇଁ ପ୍ରଦାନ କରାଯିବ। ଯାହା ଫଳରେ ଟିକା ଉତ୍ପାଦନ କ୍ଷେତ୍ରରେ ଏହା ଅଧିକ ସହାୟକ ହୋଇପାରିବ। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅନୁଯାୟୀ ଏହି ଅନୁଦାନ ପ୍ରାୟ ୫ରୁ ୬ଟି ଟିକା ବିକାଶ ପ୍ରକ୍ରିୟାକୁ ଗତିଶୀଳ କରାଇପାରିବ। ମୋଟ ୧୦ଟି କରୋନା ଟିକା ବିକାଶ ପାଇଁ ସହାୟତା ଯୋଗାଇ ଦେଉଛି ସରକାର। ସେଥିମଧ୍ୟରୁ ପାଞ୍ଚଟି ଟିକା ମାନବ ପରୀକ୍ଷଣ ସ୍ତରରେ ଥିବାବେଳେ ରୁଷର ସ୍ପୁଟନିକ-ଭି ଓ ଅନ୍ୟ ଟିକା ଆଡଭାନ୍ସ୍ ଷ୍ଟେଜ୍ ରେ ରହିଛି।

Comments are closed.