ଜାନୁଆରୀ ୧ରୁ ଖୋଲିବ ସ୍କୁଲ
ନୂଆଦିଲ୍ଲୀ : କରୋନା ସଂକ୍ରମଣ କାରଣରୁ ଦେଶରେ ଅନେକ ସ୍କୁଲ ବନ୍ଦ କରା ଯାଇଥିଲା। ବର୍ତ୍ତମାନ ଅନେକ ସ୍ଥାନରେ ସ୍କୁଲ, କଲେଜ ଖୋଲା ହେବାପାଇଁ ଆଲୋଚନା ଚାଲିଛି। ତେବେ ଆସାମ ସରକାର ଜାନୁଆରୀ ୧ ତାରିଖରୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।
ଆସାମରେ ନଭେମ୍ବରରୁ ହିଁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବା ଆରମ୍ଭ ହୋଇଥିଲା। ମାତ୍ର ଷଷ୍ଠ, ସପ୍ତମ, ନବମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କର କ୍ଲାସ୍ ସୋମବାର, ବୁଧବାର ଓ ଶୁକ୍ରବାର ହେଉଥିବାବେଳେ ଅଷ୍ଟମ, ଦଶମ ଓ ଏକାଦଶ ଶ୍ରେଣୀର କ୍ଲାସ୍ ମଙ୍ଗଳବାର, ଗୁରୁବାର ଓ ଶନିବାର ହେଉଥିଲା।
Comments are closed.