୪୦୦ ଟଙ୍କାରେ ହେବ ଆରଟି-ପିସିଆର ଟେଷ୍ଟ୍

ଭୁବନେଶ୍ୱର: ଘରୋଇ ଲ୍ୟାବରେ କରୋନା ଟେଷ୍ଟ ଫି’ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ଘରୋଇ ଲ୍ୟାବରେ ଆରଟି-ପିସିଆର ଟେଷ୍ଟ ପାଇଁ ଏଣିକି ସର୍ବାଧିକ ୪୦୦ ଟଙ୍କା ଦେବାକୁ ପଡ଼ିବ। ଜିଏସଟି ସହ ଟେଷ୍ଟ ଫି’ ୪୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଫି’ ନିର୍ଦ୍ଧାରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।
ଆରଏମଆରସି ତତ୍ତ୍ୱାବଧାନରେ ପିଟିପିସିଆର ଟେଷ୍ଟ ହେବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି ହୋଇଛି। ତେବେ ପୂର୍ବରୁ ୧୨୦୦ ଟଙ୍କାରେ ଘରୋଇ ଲ୍ୟାବରେ କରୋନା ଟେଷ୍ଟ ହେଉଥିଲା।