ଜାମିନ ପାଇଁ ହାଇକୋର୍ଟ ଦ୍ବାରସ୍ଥ ହେଲେ ଅଭୟ

ଭୁବନେଶ୍ବର: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗିରଫ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ। ପୂର୍ବରୁ ଭିଜିଲାନ୍ସ କୋର୍ଟ ଅଭୟଙ୍କ ଜାମିନ ଆବେଦନ ଖାରଜ କରିଥିଲା।
ପ୍ରକାଶ ଯେ, ଭିଜିଲାନ୍ସ ପକ୍ଷରୁ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ନଭେମ୍ବର ୨୭ରେ ଗିରଫ କରାଯାଇଛି। ବାପ-ପୁଅଙ୍କୁ ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଲମ୍ବା ଜେରା ଓ ଡାକ୍ତର ପରୀକ୍ଷା ପରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ବହୁ ବେନାମୀ ସମ୍ପତ୍ତି ସହ ଅନିୟମିତ କାର୍ଯ୍ୟର ଦସ୍ତାବିଜ ମିଳିଛି।
Comments are closed.