ଜାନୁଆରୀ ୧୫ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା

ଭୁବନେଶ୍ୱର: ଭୋଟର ତାଲିକାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ, ୨୦୨୧ ବର୍ଷ ପାଇଁ ନୂଆ ଭେ।ଟର ତାଲିକା ଜାନୁଆରୀ ୧୫ରେ ପ୍ରକାଶ ପାଇବ। ଉଭୟ ଅନଲାଇନ ଓ ଅଫ୍ ଲାଇନରେ ଭୋଟର ନିଜ ନାମକୁ ସଂଶୋଧନ କରିପାରିବେ। କେବଳ ଏତିକି ନୁହେଁ ବରଂ ତାଲିକାରେ ନାମ ଯୋଡିବା, କାଟିବା ଓ ସଂଶୋଧନ ମଧ୍ୟ କରିହେବ।
ଭୋଟର ତାଲିକାରେ କୌଣସି ତଥ୍ୟ ଯୋଡିବାକୁ ଫର୍ମ ନଂ ୬, କାଟିବାକୁ ଫର୍ମ ନଂ ୭ ଏବଂ ସଂଶୋଧନ କରିବାକୁ ଫର୍ମ ନଂ ୮ ରେ ଆବେଦନ କରିପାରିବେ। ଭୋଟର ତାଲିକାରେ ନାମ ଯୋଡିବାକୁ ନିଜର ବାସସ୍ଥାନର ପ୍ରମାଣ ଦେଇ ଆବେଦନ କରିବାକୁ ପଡିବ।
ଅନଲାଇନ କମ୍ବା ବୁଥ୍ ସ୍ତରରେ ମଧ୍ୟ ଆବେଦନ ହୋଇପାରିବ। ତେବେ ଆବେଦନ ପତ୍ର ଗୁଡିକ ଡିସେମ୍ବର ୧୫ରୁ ଜାନୁଆରୀ ୫ ମଧ୍ୟରେ ଯାଞ୍ଚ ହେବ ବୋଲି ସୂଚନା ରହିଛି। ଆବେଦନ ହୋଇଥିବା ସମସ୍ତ ଫର୍ମ ଗୁଡିକ ସମ୍ପୂର୍ଣ୍ଣ ଯାଞ୍ଚ ହେବା ପରେ ଜାନୁଆରୀ ୧୫ରେ ଚୂଡାନ୍ତ ଭୋଟର ତ।ଲିକା ପ୍ରକାଶ ପାଇବ।
Comments are closed.