ସ୍ୱାମୀର ମରଣାନ୍ତ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ

ସୁନ୍ଦରଗଡ: ଘରୋଇ କଳିକୁ ଆଧାର କରି ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ ବରଣ କରିଛନ୍ତି। ଏହି ଅଭାବନୀୟ ଘଟଣାଟି ସୁନ୍ଦରଗଡ ଜିଲା କୋଇଡା ଥାନା ଅନ୍ତର୍ଗତ ପୋଡାଡ଼ିହି ବସ୍ତିରେ ଘଟିଛି। ମୃତ ମହିଳା ହେଲେ ସମ୍ବାରି ନାୟକ।
ସୂଚନା ଅନୁସାରେ,ଗତ କାଲି ବିଳମ୍ବିତ ରାତିରେ ଘରୋଇ କଳିକୁ ନେଇ ଏହି ହତ୍ୟା କାଣ୍ଡଟି ହୋଇଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖାଯିବା ସହ ଘଟଣାରେ ବ୍ୟବହୃତ ଟାଙ୍ଗିଆ ମଧ୍ୟ ଜବତ ହୋଇଥିବା ନେଇ ସୂଚନା ମିଳିଛି।ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ମୃତଦେହ ସେହିପରି ପଡ଼ିରହିଛି।
Comments are closed.