ବଡ ଭଉଣୀର ଆକ୍ରାମଣରେ ସାନଭାଇ ଲହୁଲୁହାଣ
![](https://www.odishalink.com/wp-content/uploads/2019/12/attacke-1.jpg)
ପାଟଣା : ଜମିବାଡ଼ି ବିବାଦରେ ସମ୍ପର୍କୀୟ ଭାଇକୁ ଟାଙ୍ଗିଆରେ ହାଣି ଲହୁଲୁହାଣ କଲେ ବଡ ଭଉଣୀ । ଏହି ଅଭାବନୀୟ ଘଟଣାଟି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ସନ୍ନିକଟ କାଳିଆବେଡା ସାହିରେ ଘଟିଛି। ଦୁଇ ପରିବାର ମଧ୍ୟରେ ସାମାନ୍ୟ ବଚସା ହେଉ ହେଉ ଏହା ଉଗ୍ରରୂପ ନେଇଥିଲା।
ସୂଚନା ଅନୁସାରେ, ଗ୍ରାମର ସାଗର ମୁଣ୍ଡାଙ୍କ ପୁଅ ଘନଶ୍ୟାମ ମୁଣ୍ଡା ତାଙ୍କ ବଡବାପା ଭୀମ ମୁଣ୍ଡାଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦ ଲାଗି ରହିଥିଲା। ଏହି ବିବାଦ ଗତକାଲି ରାତିରେ ଚରମ ସୀମାରେ ପହଞ୍ଚି ଥିଲା।
ଘନଶ୍ୟାମଙ୍କୁ ତାଙ୍କର ବଡବାପା ଭୀମ ମୁଣ୍ଡାଙ୍କ ଝିଅ ଝୁମୁରି ମୁଣ୍ଡା ଟାଙ୍ଗିଆ ସାହାଯ୍ୟରେ ଅତର୍କିତ ଆକ୍ରମଣ କରିବା ଫଳରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ସହାୟତାରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ପୁଲିସ୍ ନିକଟରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି।
Comments are closed.