ଚଳନ୍ତା କାରରେ ଲାଗିଲା ନିଆଁ

ଆଠଗଡ଼: କଟକ ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥ ସରଦୋଳା ନିକଟରେ ଏକ କାର୍ରେ ନିଆଁ ଲାଗି ଯାଇଛି। ସୋରରୁ କଟକ ଆସୁଥିବା ବେଳେ ସରଦଳା ନିକଟରେ କାରଟିରେ ନିଆଁ ଲାଗିଯାଇଥିଲା।
ମିଳିଥିବା ସୂଚନା ଅନୁସାରେ, ଏକ ଷଣ୍ଢକୁ ବଞ୍ଚାଇବାକୁ ଯାଇ ବ୍ରେକ୍ ମାରିବା ପରେ କାରଟିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବ ପରେ କାରରେ ଯାଉଥିବା ୩ଜଣ ଯାତ୍ରୀ ଜୀବନ ବିକଳରେ ବାହାରକୁ ଚାଲିଆସିଥିଲେ।
ଖବର ପାଇ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ତେବେ କାରଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବା ବେଳେ କୌଣସି ଜୀବନ ହାନି ହୋଇନାହିଁ।
Comments are closed.