ବର୍ତ୍ତମାନ ମୁଁ ହଟେଷ୍ଟ ଟାର୍ଗେଟ, ଯଦି ମୁଁ ଡନ୍ ହୋଇଥାନ୍ତି ତା ହେଲେ…

ମୁମ୍ବାଇ: ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡର କ୍ୱିନ କଙ୍ଗନା ରଣାୱତ। ନିକଟରେ ସେ କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ଜଣେ ବୃଦ୍ଧା ମହିଳାଙ୍କୁ ନେଇ ଟ୍ୱିଟ କରିଥିଲେ। ଟ୍ୱିଟ୍ ପରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିଥିଲେ। ଅନେକ ସେଲିବ୍ରିଟିଙ୍କ ସହ ସାଧାରଣ ଜନତା ମଧ୍ୟ ତାଙ୍କୁ ନିନ୍ଦା କରିବା ସହ କ୍ଷମା ମାଗିବାକୁ କହିଥିଲେ।
ଏହାର ଜବାବରେ କଙ୍ଗନା ନିଜକୁ ହଟେଷ୍ଟ ଟାର୍ଗେଟ କହିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ଆପଣମାନେ କଣ କହୁଛନ୍ତି,ବର୍ତ୍ତମାନ ମୁଁ ହଟେଷ୍ଟ ଟାର୍ଗେଟ। ମୋତେ ଟାର୍ଗେଟ୍ କରନ୍ତୁ ଆଉ ମିଡ଼ିଆର ପ୍ରିୟ ହୋଇଯାଆନ୍ତୁ। ମୁଭି ମାଫିଆ ଆପଣଙ୍କୁ ବଡ ବଡ ରୋଲ ଅଫର୍ କରିବେ, ଆପଣଙ୍କୁ ଫିଲ୍ମ ଦେବେ, ଫିଲ୍ମଫେୟାର ଆୱାର୍ଡ ଦେବେ, ଶିବସେନା ଟିକେଟ ଏବଂ ଆହୁରି ବହୁତ କିଛି। ଯଦି ମୁଁ ଡନ୍ ହୋଇଥାନ୍ତି ତାହେଲେ ୭୨ ଦେଶର ପୋଲିସ ମୋ ପଛରେ ପଡ଼ିଥାନ୍ତି।’
What you saying ! I am the hottest target in the country right now, target me and you will become media’s favourite, movie mafia will offer you roles, give you movies, filmfare award, shiv Sena tickets every thing. If I were a don you know 72 mulkon ki police mere peeche hoti 👑 https://t.co/wEbMTsl1DW
— Kangana Ranaut (@KanganaTeam) December 5, 2020
Gems of Bollywood ନାମକ ଜଣେ ୟୁଜର କହିଛନ୍ତି, କାହିଁକି ଦେଶର ସମସ୍ତେ କଙ୍ଗନା ରଣାୱତଙ୍କ ବିରୋଧରେ ଏକଜୁଟ ହୋଇଯାଇଛନ୍ତି। ହଠାତ ଦେଶର ଚାଷୀଙ୍କ ପାଇଁ ଏମାନଙ୍କ ମନରେ ଏତେ ଦରଦ କୋଉଠୁ ଆସିଲା। ତାଙ୍କ ଟ୍ୱିଟରେ ପ୍ରତିକ୍ରିୟା ରଖି କଙ୍ଗନା ଏହି ଟ୍ୱିଟ କରିଥିଲେ।
Comments are closed.