ଦିଲ୍ଲୀରୁ ୫ ଖଲିସ୍ତାନୀ ଆତଙ୍କବାଦୀ ଗିରଫ
![](https://www.odishalink.com/wp-content/uploads/2019/10/terrosrist-attack.png)
ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଶକରପୁର ଅଞ୍ଚଳରୁ ୫ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହି ଖଲିସ୍ତାନୀ ଆତଙ୍କବାଦୀଙ୍କ ସହିତ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସ୍କ୍ବାଡ୍ ସହିତ ଗୁଳିବିନିମୟ ଘଟିବା ପରେ ସେମାନଙ୍କୁ ଗିରଫ କରାଯାଇଛି।
ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ପଞ୍ଜାବର ଏବଂ ୩ ଜଣ କାଶ୍ମୀରର ବୋଲି ସୂଚନା ମିଳିଛି।ଆତଙ୍କୀଙ୍କଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଛପି ରହିଥିବା ଆଶଙ୍କାରେ ପୁଲିସ ସର୍ଚ୍ଚ ଅପରେଶନ ଜାରି ରଖିଛି।
ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ କାର୍ଯ୍ୟାଳୟରେ ଗିରଫ ସନ୍ଦିଗ୍ଧ ଆତଙ୍କୀମାନଙ୍କୁ ପଚରାଉଚରା କରାଯାଉଛି। ଏମାନଙ୍କୁ ଆଇଏସଆଇ ନାର୍କୋଟେରରିଜମ ଗୋଷ୍ଠୀ ସମର୍ଥନ କରୁଥିବା ସୂଚନା ମିଳିଛି। ତେବେ ଏମାନେ କେଉଁ ସଂଗଠନ ସହିତ ସିଧାସଳଖ ଜଡ଼ିତ ଥିଲେ ସେନେଇ ତଥ୍ୟ ମିଳିନାହିଁ।
Comments are closed.