ପ୍ରଦୀପ ପ୍ରାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ
![](https://www.odishalink.com/wp-content/uploads/2020/12/pradeep-panigrahi-1.jpg)
ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଆଜି ଶୁଣାଣି ଶେଷ କରି ଏଡିଜେ-୩ କୋର୍ଟ ବିଧାୟକଙ୍କ ଜାମିନ ଖାରଜ କରିଛନ୍ତି। ଏହା ପୂର୍ବରୁ ଏସଡିଜେଏମ କୋର୍ଟ ମଧ୍ୟ ବିଧାୟକଙ୍କ ଜାମିନ ଆବେଦନ ଖାରଜ କରିଥିଲେ।
ଏବେ ଝାରପଡା ଜେଲ୍ରେ ଅଛନ୍ତି ବିଧାୟକ ପ୍ରଦୀପ ପ୍ରାଣିଗ୍ରାହୀ। ପ୍ରଦୀପଙ୍କ ଓକିଲ ଜାମିନ ଦେବା ପାଇଁ କହିଥିବା ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଓକିଲ ତଦନ୍ତ ଚାଲିଥିବା ବେଳେ ଜାମିନ ନଦେବା ପାଇଁ ମତ ରଖିଥିଲେ। ତାଙ୍କ ଓକିଲଙ୍କ କହିବା ଅନୁସାରେ ଏଫଆଇଆରରେ ଆକାଶଙ୍କ ନାଁ ଥିବାବେଳେ ପ୍ରଦୀପଙ୍କ ନାଁ ନାହିଁ। ଆଗରୁ କୌଣସି ଅପରାଧିକ ମାମଲା ନାହିଁ। ରାଜନୈତିକ ଉଦ୍ଦେଶ୍ୟ ରଖି ଏହା କରାଯାଇଛି। ତାଙ୍କୁ ଫସାଇ ଦିଆଯାଇଛି।
ସେପଟେ ସରକାରୀ ପକ୍ଷର ଓକିଲ କିନ୍ତୁ ଆକାଶ ପାଠକଙ୍କ ସହ ତାଙ୍କର ଲିଙ୍କ୍ ଥିଲା ଆଉ ଏହି ଲିଙ୍କ୍ ଉଭୟ ବ୍ୟକ୍ତିଗତ ଓ ପାରିବାରିକ ବୋଲି ଦର୍ଶାଇଛନ୍ତି। ଆକାଶ ଜାଲିଆତି କରି ଏମଡି ବୋଲି ଦର୍ଶାଇ ଅର୍ଥ ହଡପ କରୁଥିଲା ।
ଖୋର୍ଦ୍ଧା ଜିଲ୍ଲା ଦୌରା ଜଜରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଡିସେମ୍ବର ୪ରେ ଜାମିନ ଆବେଦନ କରିଥିଲେ। ୩ ତାରିଖରେ ଏସଡିଜେଏମ କୋର୍ଟରେ ଜାମିନ ଖାରଜ ହୋଇଥିଲା।
Comments are closed.