ଜୁଆ ଖେଳକୁ ନେଇ ଛୁରାମାଡ଼

ବ୍ୟାସନଗର : ଝିମିଟି ଖେଳରୁ ମହା ଭାରତ। ଜୁଆ ଖେଳ ହେଲା କାଳ। ଆଜି ଅପରାହ୍ଣରେ ଜୁଆ ଖେଳକୁ ନେଇ ଦୁଇଜଣ ଡ୍ରାଇଭରଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ତାପରେ ଛୁରା ମାଡ଼ରେ ଜଣେ ଗୁରୁତର ଆହତ ହୋଇଛି। ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାଟି ଯାଜପୁର ରୋଡ ରେଳ ଷ୍ଟେସନ ସମ୍ମୁଖରେ ଘଟିଛି। ଆହ ଜଣକ ହେଲେ କୋରେଇ ଥାନା ଅନ୍ତର୍ଗତ ଶିଶୁଆ ଗ୍ରାମର ବିରଞ୍ଚି ମହାରଣା।
ଛୁରା ମାଡ଼ କରିଥିବା ଡ୍ରାଇଭର ସୁଧୀର କୁମାର ଧିରଙ୍କୁ ଯାଜପୁର ରୋଡ ପୁଲିସ ଅଟକ ରଖିଛି। ତାଙ୍କ ଘର କୋରେଇ ଥାନା ଅନ୍ତର୍ଗତ ହଳଦୀଗଡ଼ିଆ ଗ୍ରାମରେ ବୋଲି ଜଣାପଡିଛି ।ଘଟଣାରୁ ପ୍ରକାଶ ଯେ, ଦୁଇ ଡ୍ରାଇଭର ଜୁଆ ଖେଳୁଥିବା ବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ଉପସ୍ଥିତ ଲୋକେ ଉଭୟଙ୍କୁ ବୁଝାସୁଝା କରି ସମାଧାନ କରିଥିଲେ। ହେଲେ ବିରଞ୍ଚି ବସିଥିବା ସମୟରେ ସୁଧୀର ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା ୧୦୮ ଆମ୍ବୁଲାନ୍ସରେ ବିରଞ୍ଚିଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ପରେ କଟକ ସ୍ଥାନାନ୍ତର କରାଯାଇଛି। ଯାଜପୁର ରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସୁଧୀରକୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛନ୍ତି।
Comments are closed.