କରୋନା କାଳ ଚକ୍ରରେ ଅଭିନେତ୍ରୀ ତନାଜ

ମୁମ୍ବାଇ: କରୋନା କାଳର ଚକ୍ରରେ ପୁଣି ପଡ଼ିଯାଇଛନ୍ତି ଆଉ ଜଣେ ଅଭିନେତ୍ରୀ। ସେ ହେଲେ ଅପନା ଭି ଟାଇମ୍ ଆଏଗାର ଅଭିନେତ୍ରୀ ତନାଜ ଈରାନୀ । ସେ ଇନଷ୍ଟାଗ୍ରାମରେ ଏହାର ସୂଚନା ଦେଇଛନ୍ତି। ଏହା ସହିତ ସେ ପ୍ରାର୍ଥନା କରିଛନ୍ତି ଯେ ତାଙ୍କ ସହିତ ଆଉ କେହି ସଂକ୍ରମିତ ନ ହୁଅନ୍ତୁ।
ତନାଜ ଲେଖିଛନ୍ତି ଯେ,‘ପଜିଟିଭ ,କରୋନା ପଜିଟିଭ। ସେ ପ୍ରାର୍ଥନା କରୁଛନ୍ତି ଯେ ସେ ଆଉ କାହାକୁ ସଂକ୍ରମିତ ନ କରିଥାଆନ୍ତୁ। ବଖ୍ତିୟାର ଈରାନୀ,ଥ୍ୟାଙ୍କ୍ ୟୁ ଏତେ କୁଲ୍,ଅଣ୍ଡରଷ୍ଟାଣ୍ଡିଂ ଏବଂ ସପୋର୍ଟିଭ ହେବା ପାଇଁ। ଲଭ ୟୁ। #covid_19 #positive #fever #weakness #dull #headache #praying #familyfirst.
ଏହା ସହିତ ସେ ସ୍ମାଇଲ୍ କରି ଫଟୋ ମଧ୍ୟ ସେୟାର କରିଛନ୍ତି। ସେ ଏଭଳି ପରିସ୍ଥିତିରେ ମଧ୍ୟ ସକରାତ୍ମକ ରହିବାକୁ ଉଦ୍ୟମ କରୁଛନ୍ତି।
ତନାଜଙ୍କ ସ୍ବାମୀ ଲେଖିଛନ୍ତି ଯେ ,‘ ଏହା ଦୁଃଖଦ କିନ୍ତୁ ସତ। ତନାଜ କରୋନାରେ ସଂକ୍ରମିତ ହୋଇଛନ୍ତି। ଯେଉଁ କଳାକାରମାନେ ଶୁଟରେ ଅଛନ୍ତି ସେମାନେ ଏହାକୁ ହାଲୁକାରେ ନ ନିଅନ୍ତୁ। ମାସ୍କ ସବୁବେଳେ ନାକ ଏବଂ ମୁହଁକୁ କଭର କରି ପିନ୍ଧନ୍ତୁ। ଧ୍ୟାନ ରଖନ୍ତୁ। ଯଦି ଆପଣ କାହାକୁ ଠିକ ଭାବେ ମାସ୍କ ନ ପିନ୍ଧୁଥିବା ଦେଖୁଛନ୍ତି ତେବେ ତାଙ୍କୁ ଗାଇଡ କରନ୍ତୁ।
ତନାଜ ‘କାହାଁ ହମ୍ କାହାଁ ତୁମ୍’,‘ବଡ଼ି ଦୂର ସେ ଆଏ ହେଁ’,‘ମିଲେ ଜବ ହମ ତୁମ୍’,‘ୟେ ମେରି ଲାଇଫ ହେ’,‘ଯବାନ ସମ୍ଭାଲକର‘ ଭଳି ଶୋରେ ନଜର ଆସି ସାରିଛନ୍ତି। ସେ ଅନେକ ସିନେମାରେ ମଧ୍ୟ କାମ କରିଛନ୍ତି। ସିନେମା ଗୁଡ଼ିକ ହେଲା ‘କହୋ ନା ପ୍ୟାର ହେ’,‘ହମାରା ଦିଲ ଆପକେ ପାସ ହେ’,‘ରେହନା ହେ ତେରେ ଦିଲ ମେ’,‘ମେଁ ପ୍ରେମ କି ଦିଓ୍ବାନି ହୁଁ’,‘କୁଛ ନା କହୋ’,‘୩୬ ଚାଇନା ଟାଉନ୍’ ଏବଂ ‘ମାନ ଗୟେ ମୁଗଲ-ଇ ଆଜମ୍ ରେ ନଜର ଆସି ସାରିଛନ୍ତି।
Comments are closed.