ଏଟିଏମ୍ ଭାଙ୍ଗି ୧୯ କଂଗ୍ରେସକର୍ମୀ ଗିରଫ

କଟକ: ବନ୍ଦ ପାଳନ ବେଳେ କଟକରେ ଏଟିଏମ୍ ଭଙ୍ଗାରୁଜା ଘଟଣାରେ୧୯ କଂଗ୍ରେସକର୍ମୀଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ବାଦାମବାଡ଼ି ପୁଲିସ କୋର୍ଟ ଚାଲାଣ କରିଛି। ଗିରଫ କଂଗ୍ରେସ କର୍ମୀଙ୍କ ମଧ୍ୟରେ ୧୨ ମହିଳା ଓ ୭ ପୁରୁଷ ଅଛନ୍ତି।
ଗିରଫଙ୍କ ମଧ୍ୟରେ ନଗର ମହିଳା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ଅଛନ୍ତି। ୩ଟି କୃଷି ଆଇନ ବିରୋଧରେ ଦେଶର ବିଭିନ୍ନ ସ୍ଥାନରୁ ଆଜି କୃଷକମାନେ ଭାରତ ବନ୍ଦ କରିଥିଲେ। ଏହି ବନ୍ଦକୁ ଦେଶର ସମସ୍ତ ବିରୋଧୀ ଦଳ ସମର୍ଥନ କରିଥିଲେ।