ଅଲିମ୍ପିକ୍ସରେ ସାମିଲ ହେଲା ‘ବ୍ରେକ୍ ଡ୍ୟାନ୍ସ’ ସମେତ ଏହି ୩ କ୍ରୀଡ଼ା

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ସାମିଲ ହେଲା ଆଉ ୪ କ୍ରୀଡ଼ା। ବର୍ତ୍ତମାନ ‘ବ୍ରେକ୍ ଡ୍ୟାନ୍ସ’କୁ ଅଲିମ୍ପିକ୍ସ କ୍ରୀଡ଼ାର ମାନ୍ୟତା ମିଳିଛି। ‘ବ୍ରେକ୍ ଡ୍ୟାନ୍ସ’ ବ୍ୟତୀତ କମିଟି ‘ସ୍କେଟ୍ ବୋର୍ଡିଂ’, ‘ସ୍ପୋର୍ଟସ୍ କ୍ଲାଇମ୍ୱିଂ’ ଓ ସର୍ଫିଂ ମଧ୍ୟ କ୍ରୀଡ଼ାର ସ୍ୱୀକୃତି ପାଇଛି। ତେବେ ଆସନ୍ତା ବର୍ଷ ଜୁଲାଇ ୨୩ରୁ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ ଗେମ୍ସରେ ଏହି ତିନୋଟି କ୍ରୀଡ଼ାକୁ ସାମିଲ୍ କରାଯାଇଛି। ‘ବ୍ରେକ୍ ଡ୍ୟାନ୍ସ’ କୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଏହି ମାନ୍ୟତା ଦେଇଛି। ଏହାର ଅର୍ଥ ୨୦୨୪ ମସିହାରେ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡ଼ାରେ ‘ବ୍ରେକ୍ ଡ୍ୟାନ୍ସ’ ସାମିଲ୍ ହୋଇଛି।
‘ବ୍ରେକ୍ ଡ୍ୟାନ୍ସ’ ହେଉଛି ‘ଷ୍ଟ୍ରିଟ୍ ଡ୍ୟାନ୍ସ’ର ଏକ ଅଂଶ। ଆମେରିକାର କୃଷ୍ଣକାୟଙ୍କ ଦ୍ୱାରା ଏହି ବ୍ରେକ ଡ୍ୟାନ୍ସ ଆରମ୍ଭ ହୋଇଥିଲା। ୨୦୧୮ରେ ବ୍ୟୁନସ ଆୟର୍ସରେ ଚାଲିଥିବା ଯୁବ ଅଲିମ୍ପିକ୍ସରେ ଏହାର ପ୍ରଥମ ଟ୍ରାଏଲ ହୋଇଥିଲା। ଏହାର ଦୁଇ ବର୍ଷ ପୂର୍ବରୁ କିନ୍ତୁ ପ୍ୟାରିସ୍ ଅଲିମ୍ପିକ୍ସ ଆୟୋଜକଙ୍କୁ ଏକ ପ୍ରସ୍ତାବ ପଠାଯାଇଥିଲା। ଏହାପରେ ୨୦୧୯ରେ ଆଇଓସି ବୋର୍ଡ ଏବଂ ପୂର୍ଣ୍ଣ ସଦସ୍ୟଙ୍କ ଅନୁମୋଦନ ପରେ ବାକି ନିଷ୍ପତ୍ତି ହୋଇଥିଲା। ସୋମବାର ଅନୁଷ୍ଠିତ ବୈଠକରେ ଏ ନେଇ ଏକ ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା।
Comments are closed.