ଟିକା ପାଇଁ ସ୍ବତନ୍ତ୍ର co win ଆପ୍, ରହିଛି ଅନେକ ସୁବିଧା

ନୂଆଦିଲ୍ଲୀ: କରୋନା ଟିକା ପାଇଁ ଏକ ସ୍ବତନ୍ତ୍ର ଆପ୍ ପ୍ରସ୍ତୁତ କରାଯାଇଛି। ଏହା ବର୍ତ୍ତମାନ କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ ପ୍ରସମିଟରେ ସୂଚନା ଦେଇଛନ୍ତି।
ଏହି ଆପରେ ଅନେକ ପ୍ରକାର ସୁବିଧା ରହିଥିବାର ସୂଚନା ମିଳିଛି। ଟିକା ସଂରକ୍ଷଣ , ପରିଚଳା ଆଦିର ସୂଚନା ମିଳିପାରିବ। ଏହି ଆପରେ ଜଣେ ଟିକା ପାଇଁ ନିଜକୁ ରେଜିଷ୍ଟ୍ରେସନ କରିପାରିବେ।
ବ୍ୟକ୍ତି ଗତ ବ୍ୟତିତ ଗୋଷ୍ଠିଗତରେ ମଧ୍ୟ ଆପ୍ ଦ୍ବାରା ରେଜିଷ୍ଟ୍ରେସନ କରାଯାଇ ପାରିବ। ଏହି ଆପ୍ ସାହାଯ୍ୟରେ ନିକଟରେ କେଉଁଠାରେ ଟିକା କେନ୍ଦ୍ର ଅଛି ତାହାର ସୂଚନା ମିଳି ପାରିବ।
Comments are closed.