ନୂଆବର୍ଷରୁ ଫ୍ୟାସ୍ଟ୍ୟାଗ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଗାଡି ମାଲିକମାନଙ୍କ ପାଇଁ ବିଶେଷ ସୂଚନା। ଯଦି ଆପଣ ଗାଡିରେ ଫାସଟ୍ୟାଗ୍ ଲଗାଇ ନାହାନ୍ତି ତେବେ ତୁରନ୍ତ ଫାସଟ୍ୟାଗ୍ ଲଗାଇ ନିଅନ୍ତୁ। କାରଣ ନୂଆବର୍ଷରୁ ଦେଶର ସବୁ ଟୋଲ ପ୍ଲାଜରେ ନଗଦ ଟଙ୍କା କାରବାର ବନ୍ଦ ହେବ। ଫାସଟ୍ୟାଗ୍ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ। ଏଥିସହ ଟୋଲ ପ୍ଲାଜାରେ ନଗଦ କାରବାର ପାଇଁ କୌଣସି ଲେନ ରହିବ ନାହିଁ। ତେଣୁ ଗାଡିରେ ନିଶ୍ଚିତ ରୂପେ ଗାଡ଼ିରେ ଫାସଟ୍ୟାଗ୍ ଲଗାଇବାକୁ ପଡିବ।
ବର୍ତ୍ତମାନ ଟୋଲ୍ ପ୍ଲାଜାରେ ୭୫% ପେମେଣ୍ଟ୍ ଫାସଟ୍ୟାଗ୍ ଜରିଆରେ ହେଉଛି। କେବଳ ଗୋଟିଏ ଲେଖାଏଁ ଲେନରେ ନଗଦ କାରବାର ହେଉଛି । ଅନ୍ୟ ସବୁ ଲେନରେ ଫାସଟ୍ୟାଗ୍ ଜରିଆରେ ପେମେଣ୍ଟ୍ ଗ୍ରହଣ କରାଯାଉଛି। ସବୁ ଗାଡ଼ିରେ ଯେଭଳି ଫାସଟ୍ୟାଗ୍ ଲାଗିବ ତାହା ନିଶ୍ଚିତ କରିବା ଲାଗି ଟୋଲ୍ ପ୍ଲାଜାଗୁଡିକରେ ପଏଣ୍ଟ୍ ଅଫ୍ ସେଲ (ପିଓଏସ୍) ମେସିନ୍ ଧରିଥିବା ଲୋକ ମୁତୟନ କରିବା ଉପରେ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚଏଆଇ) ବିଚାର କରୁଛି। ସେମାନେ ତୁରନ୍ତ ଫାସଟ୍ୟାଗ୍ ଜାରି କରିବେ ଏବଂ ତାହାର ରିଚାର୍ଜ ମଧ୍ୟ କରାଇବେ।
ତୃତୀୟ ପକ୍ଷ ବୀମା ହାସଲ କରିବା ଲାଗି ଚାରି ଚକିଆ ଓ ତା ଠାରୁ ବଡ ଗଡ଼ିଗୁଡିକ ଲାଗି ଫାସଟ୍ୟାଗକୁ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଏପ୍ରିଲ ୧ ରୁ ଲାଗୁ ହେବ। ବାଣିଜ୍ୟିକ କାର୍ଯ୍ୟରେ ବ୍ୟବହାର ହେଉଥିବ ବଡ ଗାଡ଼ିଗୁଡିକର ଫିଟନେସ୍ ସାର୍ଟିଫିକେଟର ନବୀକରଣ କରିବା ଲାଗି ଜାନୁୟାରୀ ୧ରୁ ଫାସଟ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି।
ଫାସଟ୍ୟାଗ୍ ହେଉଛି ଇଲେକ୍ଟ୍ରୋନିକ୍ ଉପାୟରେ ଟୋଲ୍ ସଂଗ୍ରହ କରିବାର ଏକ ବ୍ୟବସ୍ଥା ଯାହା ଏନ୍ଏଚଏଆଇ ଦ୍ଵାରା ପରିଚାଳିତ ହୋଇଛି। ଏହି ଟ୍ୟାଗ୍ ରେଡିଓ ତରଙ୍ଗ ଚିହ୍ନଟ ବ୍ୟବସ୍ଥା ଦ୍ଵାରା ପରିଚାଳିତ ହୋଇଛି। ଫାସଟ୍ୟାଗ୍ ସହିତ ଏକ ବ୍ୟାଙ୍କ ଖାତା କିମ୍ବା ପେମେଣ୍ଟ୍ ୱଲେଟ୍ ଲିଙ୍କ କରିବାକୁ ପଡୁଛି। ଗାଡି ଟୋଲ ପ୍ଲାଜା ଦେଇ ଗତି କରିବା ବେଳେ ସେଠାରେ ଲାଗିଥିବା କ୍ୟାମେରା ମାଧ୍ୟମରେ ଫାସଟ୍ୟାଗ୍ ସମ୍ପୂର୍ଣ୍ଣ ବିବରଣୀ ମିଳିଯାଇଛି। ତେଣୁ ଟୋଲ୍ ଗଣିବା ଲାଗି ଗାଡ଼ିଗୁଡିକୁ ଧାଡିରେ ଠିଆ ହୋଇ ରହିବାକୁ ପଡୁନାହିଁ । ଜାତୀୟ ରାଜପଥରେ ଥିବା ଟୋଲ୍ ପ୍ଲାଜାଗୁଡ଼ିକର ଭିଡ କମ୍ କରିବା ଏବଂ ଯାନବାହନ ଚଳାଚଳକୁ ତ୍ୱରିତ କରିବା ଲାଗି ଫାସଟ୍ୟାଗ୍ ବ୍ୟବସ୍ଥା ଲାଗୁ କରାଯାଇଛି।
Comments are closed.