୨୫୦ ଟଙ୍କାରେ ମିଳିପାରେ କରୋନା ଟିକା!

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଅନେକ ପ୍ରକାର ଭଲଖବର ଶୁଣିବାକୁ ମିଳିଛି। ଏହି କ୍ରମରେ ବିଶ୍ୱର ସର୍ବବୃହତ୍ତ ଔଷଧ ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କରୋନା ଟିକାର ମୂଲ୍ୟକୁ ନେଇ ଏକ ଚୁକ୍ତିନାମା ସ୍ୱାକ୍ଷର ହେବାକୁ ଯାଉଛି। ଯେଉଁଥିରେ କରୋନା ଟିକାର ଗୋଟିଏ ଡୋଜ ଏବେ ୨୫୦ଟଙ୍କାରେ ମିଳିବ ବୋଲି ସମ୍ଭାବନା ରହିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଏହି ପ୍ରସଙ୍ଗ ସହିତ ଜଡ଼ିତ ଲୋକଙ୍କ କହିବାନୁସାରେ ସରକାରଙ୍କୁ କରୋନା ଟିକାର ପ୍ରଚୁର ପରିମାଣରେ ବିତରଣ ପାଇଁ ସେରମ ଇନଷ୍ଟିଚ୍ୟୁଟ୍ ଉପରେ ବିଶ୍ବାସ ରହିଛି। ଏସଆଇଆଇ ସୋମବାର ଔପଚାରିକ ଆବେଦନ ଦେଇ ଆଷ୍ଟ୍ରାଜେନେକାର ଟିକା କୋଭିସିଲ୍ଡର ଜରୁରୀ ବ୍ୟବହାର ପାଇଁ ଅନୁମତି ମାଗିଛି।
Comments are closed.