ଜନ୍ମଦିନ ପାଳିବେନି ସୋନିଆ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ନିଜ ଜନ୍ମଦିନ ପାଳିବେ ନାହିଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସହିତ କରୋନା ଭୂତାଣୁର ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି।
ସୋନିଆ ଡିସେମ୍ବର ୯ରେ ୭୪ ବର୍ଷରେ ପାଦ ଦେଉଛନ୍ତି। ଦିଲ୍ଲୀର ବାୟୁପ୍ରଦୁଷଣ ଯୋଗୁଁ ଡ଼ାକ୍ତର ତାଙ୍କୁ ବାହାରେ ରହିବାକୁ କହିଥିଲେ ଯାହା ଦ୍ବାରା ସେ ବର୍ତ୍ତମାନ ଗୋଆରେ ରହୁଛନ୍ତି।
ଗତ ବର୍ଷ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ବଳାତ୍କାର ଘଟଣା ଏବଂ ମହିଳାଙ୍କ ସୁରକ୍ଷାକୁ ନେଇ ସେ ଜନ୍ମଦିନ ପାଳନ କରିନଥିଲେ।
Comments are closed.