ଶେଷ ଟି-୨୦ ଜିତି ସମ୍ମାନ ରଖିଲା ଅଷ୍ଟ୍ରେଲିଆ

ସିଡନି: ଶେଷ ଟି-୨୦ରେ ବିଜୟ ହାସଲ କଲା ଅଷ୍ଟ୍ରେଲିଆ। ଏହା ସହିତ ଭାରତକୁ ୧୨ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଶେଷ ଟି-୨୦ ମ୍ୟାଚ ଜିତିଲେ ମଧ୍ୟ ଭାରତ ଟି-୨୦ରେ ସିରିଜ ବିଜୟୀ ହୋଇଛି। ଏହି ୩ଟିକିଆ ସିରିଜରେ ଭାରତ ୨-୧ରେ ସିରିଜ ଅକ୍ତିଆର କରିଛି। ଏହି ମ୍ୟାଚରେ ଭାରତ ଟଚ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।
ଫଳରେ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା। ଅଷ୍ଟ୍ରେଲିଆ ଦମଦାର ବ୍ୟାଟିଂ କରି ବିଶାଳ ସ୍କୋର କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ ୱାଡେ ୮୦, ମାକ୍ସୱେଲ ୫୪ ରନ କରିଥିଲେ। ଫଳରେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୮୬ ରନ କରିଥିଲା ।
ପରେ ୧୮୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଭାରତ। ଭାରତ ପକ୍ଷରୁ ବିରାଟ କୋହଲି ୮୫ ରନ କରିଥିଲେ। ହେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇନଥିଲେ। ୨୦ ଓଭରରେ ୭ ୱିକେଟ ହରାଇ ୧୭୪ କରିଥିଲା।
Comments are closed.