ଚୀନର ବରିଷ୍ଠ ଅଧିକାରୀଙ୍କୁ ଆମେରିକା ମନା

ୱାଶିଂଟନ: ଆମେରିକା ଚୀନର ୧୪ ବରିଷ୍ଠ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ଧୀରେ ଧୀରେ ବଢ଼ିବାରେ ଲାଗିଛି।
ଚୀନର ୧୪ ବରିଷ୍ଠ ଅଧିକାରୀ ହଂକଂର ସ୍ବାୟତ୍ତତାକୁ କମ୍ଜୋର କରିବା ପ୍ରସଙ୍ଗରେ ଜଡ଼ିତ ଥିବାରୁ ସେମାନଙ୍କ ବିରୋଧରେ ଏହି ପଦକ୍ଷେପ ନେଇଛି ଆମେରିକା।
ଏହି ଅଧିକାରୀଙ୍କ ମଧ୍ୟରେ ଜଣେ ତିବ୍ବଦ ଅଧିକାରୀ ରହିଛନ୍ତି। ପ୍ରତିବନ୍ଧକ ସମ୍ପର୍କରେ ଘୋଷଣା କରି ମାଇକ୍ ପମ୍ପିଓ କହିଛନ୍ତି, ଚୀନର ନ୍ୟାଶନାଲ ପିପୁଲ୍ସ କଂଗ୍ରେସର ସ୍ଥାୟୀ କମିଟି (ଏନପିସିଏସସି) ଦ୍ବାରା ହଂକଂର ଜନସାଧାରଣ ନିଜର ପ୍ରତିନିଧି ଚୟନ କରିବାର କ୍ଷମତାକୁ ପ୍ରଭାବିତ କରାଯାଇଛି। ଏଥିରେ ସମ୍ପୃକ୍ତ ଅଧିକାରୀମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେମାନଙ୍କ ଭିଜା ଉପରେ ବି ରୋକ୍ ଲଗାଯାଇଛି।
Comments are closed.