ଆତ୍ମହତ୍ୟା କଲେ ଭିଜେ ଚିତ୍ରା, ହୋଟେଲ୍ ରୁମ୍ରୁ ମିଳିଲା ଝୁଲନ୍ତା ମୃତଦେହ

ମୁମ୍ବାଇ: ଆତ୍ମହତ୍ୟା କରିଛନ୍ତି ଲୋକପ୍ରିୟ ତାମିଲ୍ ଅଭିନେତ୍ରୀ ଭିଜେ ଚିତ୍ରା। ବୁଧବାର ସକାଳେ ଚେନ୍ନାଇରେ ଥିବା ଏକ ହୋଟେଲ୍ ରୁମରୁ ତାଙ୍କ ମୃତଦେହ ମିଳିଛି। ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ତାଙ୍କ ମୃତ୍ୟୁ ବେଳକୁ ୨୮ ବର୍ଷ ବୟସ ହୋଇଥିଲା। ପ୍ରାରମ୍ଭିକ ଅନୁସନ୍ଧାନରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି କୁହାଯାଉଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ତେବେ ଚିତ୍ରାଙ୍କ ବିୟୋଗରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।
ଖବର ଅନୁଯାୟୀ ଚିତ୍ରା ଗତକାଲି ତାମିଲ ସିରିଏଲ ପାଣ୍ଡିଆନ ଷ୍ଟେର୍ସର ସୁଟିଂ ଶେଷ କରି ରାତି ପ୍ରାୟ ୨.୩୦ ସମୟରେ ତାଙ୍କ ହୋଟେଲ ରୁମକୁ ଫେରିଥିଲେ। ସକାଳୁ ସେହି ରୁମ୍ରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଶରୀରକୁ ବ୍ୟବଚ୍ଛେଦ ପାଇଁ କିଲପକ୍ ମେଡିକାଲ କଲେଜରେ ରଖାଯାଇଛି।
ଚିତ୍ରାଙ୍କ ପରିବାର ଚେନ୍ନାଇରେ ରହୁଥିବା ବେଳେ ଚଳିତ ଅଗଷ୍ଟ ମାସରେ ତାଙ୍କର ବ୍ୟବସାୟୀ ହେମନ୍ତ ରବିଙ୍କ ସହ ନିର୍ବନ୍ଧ ହୋଇଥିଲା। ଏଭଳି ପରିସ୍ଥିତିରେ ଚିତ୍ରାଙ୍କ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଚକିତ କରୁଛି। ଏପର୍ଯ୍ୟନ୍ତ ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ କିୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
Comments are closed.