କରୋନା: ରାଜ୍ୟରେ ଗଲା ୫ ଜୀବନ

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ କମିବାରେ ଲାଗିଛି କରୋନ ସଂକ୍ରମଣ ସଂଖ୍ୟା। ଗତ ୨୪ ଘଂଟାରେ ରାଜ୍ୟରେ ୩ଟି ଜିଲ୍ଲାରୁ ଆଉ ୫ ଜଣ କରୋନାରେ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୮୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି।
ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରରୁ ୨ଜଣ ଅଛନ୍ତି, ସେମାନଙ୍କ ମଧ୍ୟରେ ଜେଣ ୭୪ ବର୍ଷୀୟ ବୃଦ୍ଧ ଏବଂ ୪୯ ବର୍ଷୀୟ ମହିଳା ଅଛନ୍ତି। ସେହିପରି ପୁରୀ ଜିଲ୍ଲାରୁ କରୋନାରେ ଆକ୍ରାନ୍ତ ହୋଇ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ସେମନାଙ୍କ ବୟସ ଯଥାକ୍ରମେ ୫୧ ଏବଂ ୫୨ ବର୍ଷ ରହିଛି। ଅନ୍ୟପଟେ ସମ୍ବଲପୁର ଜିଲ୍ଲାରୁ ଜଣେ ୬୧ ବର୍ଷୀୟ ବୃଦ୍ଧ ମହିଳାଙ୍କ ମୃତ୍ୟୁ ହୋଇଛି।
Comments are closed.